IAS ସ୍ତରରେ ଅଦଳବଦଳ

ଭୁବନେଶ୍ୱର,( ମାନବାଧିକାର ମିଡ଼ିଆ ) : ରାଜ୍ୟ ଆଇଏଏସ୍ ସ୍ତରରେ ଆଜି ଛୋଟ ଧରଣର ଅଦଳବଦଳ ହୋଇଛି । ପି. ଅନ୍ୱେଶା ରେଡ୍ଡି ହୋଇଛନ୍ତି ମୟୂରଭଞ୍ଜର ଉପଜିଲ୍ଲାପାଳ । ସେହିପରି ପାଟିଲ ଆଶିଷ ଈଶ୍ୱର ବାଲେଶ୍ୱର ଉପଜିଲ୍ଲାପାଳ ହୋଇଥିବା ବେଳେ ଦିବାକର ଟି.ଏସ୍ କଳାହାଣ୍ଡି ଉପଜିଲ୍ଲାପାଳ ଭାବେ ନିଯୁକ୍ତ ହୋଇଛନ୍ତି । ଅନ୍ୟପଟେ ହେମନ୍ତ କାନ୍ତ ସଏଙ୍କୁ କୋରାପୁଟ ଉପଜିଲ୍ଲାପାଳ ଭାବେ ନିଯୁକ୍ତ କରାଯାଇଛି ।Read More…

ରାଜ୍ୟରେ ୧୩୧ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର, (ମାନବାଧିକାର ମିଡିଆ) :ରାଜ୍ୟରେ ଆଜି ୨୧୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୩୧ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସୁସ୍ଥ ସଂଖ୍ୟା ୪୪୨୨କୁ ବୃଦ୍ଧି ପାଇଛି । ସୁସ୍ଥ ହୋଇଥିବା ୧୩୧ଙ୍କ ମଧ୍ୟରୁ ଗଞ୍ଜାମରୁ ୪୩, ପୁରୀରୁ ୨୮, ଖୋର୍ଦ୍ଧାରୁ ୨୧, କନ୍ଧମାଳରୁ ୧୨, ଜଗତସିଂହପୁରୁ ୭, ନବରଙ୍ଗପୁରରୁ ୬, କେନ୍ଦ୍ରାପଡ଼ାରୁ ୫, ବାଲେଶ୍ୱରରୁ ୨, କଟକରୁ ୨, ବରଗଡ଼, ବଲାଙ୍ଗୀର, ଝାରସୁଗୁଡ଼ା, କେନ୍ଦୁଝର ଓ ସୁନ୍ଦରଗଡ଼ରୁ ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି ।ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।Read More…

ଭୁବନେଶ୍ୱରରୁ ପୁଣି ୪ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର , (ମାନବାଧିକାର ମିଡିଆ) : ଭୁବନେଶ୍ୱରରେ ଆଉ ୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ କଳିଙ୍ଗ ବିହାର ଅଞ୍ଚଳର। ସେ ହୋମ୍‌ କ୍ୱାରାଣ୍ଟାଇନ୍‌ରେ ଥିବା ବେଳେ ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିଲେ। ସେହିଭଳି ଅନ୍ୟ ୩ ସଂକ୍ରମିତ ଲୋକାଲ କେସ୍‌ ଜଣାପଡ଼ିଛି। ଏମ୍ସର ଜଣେ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏହାଛଡ଼ା ଆଇଗିଣିଆ ଓ ଡୁମୁଡ଼ୁମାରୁ ଜଣେ ଲେଖାଏ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏ ନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଟୁଇଟ୍‌ କରି ସୂଚନା ଦିଆଯାଇଛି। ପ୍ରକାଶ ଯେ, ପୂର୍ବାହ୍ନରେ ୯୦ ନୂଆ ପଜିଟିଭ୍‌ ଚିହ୍ନଟ ହେବା ନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା। ଏଥିରେ ଖୋର୍ଦ୍ଧାର ୨୫ଜଣ ରହିଥିଲେ।Read More…