ବ୍ରହ୍ମପୁରରେ ସ୍ୱାବ ଟେଷ୍ଟ ମୋବାଇଲ ଭ୍ୟାନ ଉଦଘାଟନ

ବ୍ରହ୍ମପୁର ,(ମାନବାଧିକାର ମିଡିଆ) : ବ୍ରହ୍ମପୁର ମ୍ୟୁନିସିପାଲିଟ ଅଫିସ ପରିସରରେ ଆଜି ସ୍ୱାବ ଟେଷ୍ଟ ମୋବାଇଲ ଭ୍ୟାନକୁ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଉଦଘାଟନ କରିଛନ୍ତି । ଏହି ଭ୍ୟାନ ବ୍ରହ୍ମପୁର ସହରର ୪୦ଟି ୱାର୍ଡ ବୁଲି ଲକ୍ଷଣ ଥିବା ବ୍ୟକ୍ତିଙ୍କ ସ୍ୱାବ ସଂଗ୍ରହ କରିବ । ଫଳରେ ବ୍ରହ୍ମପୁରରେ ଗୋଷ୍ଠୀ ସଂକ୍ରମଣ ହେବାର ଯେଉଁ ଭୟ ରହିଛି ତାହା ଦୂର ହୋଇପାରିବା ସହ ଲକ୍ଷଣ ଥିବା ବ୍ୟକ୍ତିଙ୍କ ପରୀକ୍ଷା ପାଇଁ ଭ୍ୟାନରେ ଡାକ୍ତରୀ ଦଳ ବୁଲି ବୁଲି ସହର ମଧ୍ୟରୁ ସ୍ୱାବ ସଂଗ୍ରହ କରିବେ ବୋଲି ଜିଲ୍ଲାପାଳ ସୁଚନା ଦେଇଛନ୍ତ । ଏହି ଅବସରରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ , ଉପଜିଲ୍ଲାପାଳ ସିନ୍ଧେ ଦତ୍ତାତ୍ରୟ ଭାଉ ସାହେବ , ବିଏମସି କମିଶନର ଚକ୍ରବର୍ତ୍ତି ସିଂ ରାଥୋଡ , ସିଡିଏମଓ ଉମା ଶଙ୍କର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ଅନ୍ୟପଟେ ବ୍ରହ୍ମପୁର ସହରକୁ ସଂମ୍ପୁର୍ଣ୍ଣ ସଟଡାଉନ ଘୋଷଣା କରାଯିବା ସହ ୨୦୦ଟି ଡାକ୍ତରି ଟିମ ଜିଲ୍ଲାର ସମସ୍ତ ସହରାଞ୍ଚଳ ସ୍ୱାସ୍ଥ୍ୟ ଯାଞ୍ଚ କରୁଛନ୍ତି । ରିପୋର୍ଟ :  ସତ୍ୟଚେତନ ପରିଡାRead More…

ଗଞ୍ଜାମରୁ ସର୍ବାଧିକ ୩୨୦ ଆକ୍ରାନ୍ତ ଚିହ୍ନଟ

ବ୍ରହ୍ମପୁର , (ମାନବାଧିକାର ମିଡିଆ) : ରାଜ୍ୟରେ ସର୍ବାଧିକ କରୋନା ଆକ୍ର‌ାନ୍ତ ଜିଲ୍ଲା ତାଲିକାରେ ୧ ନମ୍ବର ସ୍ଥାନ ବଜାୟ ରଖିଛି ଗଞ୍ଜାମ। ଆଜି ଗଞ୍ଜାମରୁ ସର୍ବାଧିକ ୩୨୦ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୩୨୦ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ୬୫ଜଣ କରୋନା ଯୋଦ୍ଧା ରହିଛନ୍ତି । ନୂଆ ଆକ୍ରାନ୍ତଙ୍କୁ ମିଶାଇଲେ ଗଞ୍ଜାମରେ ଏଯାବତ ୩୪୧୬ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୬୭୯ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। କରୋନାରେ ଆକ୍ରାନ୍ତ ହୋଇ କେବଳ ଗଞ୍ଜାମରୁ ୩୦ଜଣଙ୍କ ମୃତ୍ୟୁ ହୋଇଥିବା ଗଞ୍ଜାମ ଜିଲ୍ଲାପାଳ ଟୁଇଟ କରି ସୂଚନା ଦେଇଛନ୍ତି। ତେବେ କୋଭିଡ ପଜିଟିଭ୍‌ ଆସିଥିବା ୬୫ଜଣ କରୋନା ଯୋଦ୍ଧାଙ୍କ ମଧ୍ୟରେ ଆସ୍କାରୁ ୭ଜଣ, ବେଗୁନିଆପଡ଼ାରୁ ୩ଜଣ, ବେଲଗୁଣ୍ଠାରୁ ଜଣେ, ବ୍ରହ୍ମପୁର ମହାନଗର ନିଗମ୍‌ରୁ ୩୦ଜଣ, ଭଞ୍ଜନଗରରୁ ୩ଜଣ, ବୁଗୁଡାରୁ ୩ଜଣ, ଛତ୍ରପୁରରୁ ୨ଜଣ, ଚିକିଟିରୁ ଜଣେ, ଦିଗପହଣ୍ଡିରୁ ଜଣେ, କୁକୁଡାଖଣ୍ଡିରୁ ଜଣେ, ପୁରୁଷୋତ୍ତମପୁର ଅଞ୍ଚଳରୁ ଜଣେ, ରଙ୍ଗେଇଲୁଣ୍ଡା ଅଞ୍ଚଳରୁ ଜଣେ, ସାନଖେମୁଣ୍ଡି ଅଞ୍ଚଳରୁ ୨ଜଣ ଓ ପାତ୍ରପୁର ଅଞ୍ଚଳରୁ ୫ଜଣ ରହିଛନ୍ତି। କରୋନା ଲକ୍ଷଣ ଦେଖା ଦେବା ପରେ ସମସ୍ତଙ୍କର ସ୍ୱାବ ସଂଗ୍ରହ କରି କୋଭିଡ ପରୀକ୍ଷା ପାଇଁ ପଠା ଯାଇଥିଲା। ଆଶ୍ଚର୍ଯ୍ୟର କଥା ୬୫ଜଣଙ୍କ କୋଭିଡ ଯୋଦ୍ଧାଙ୍କ କରୋନା ରିପୋର୍ଟ ପଜିଟିଭ୍‌ ଆସିଥିଲା। ରିପୋର୍ଟ : ସତ୍ୟ ଚେତନ ପରିଡାRead More…

ଦୁଇ ଭଉଣୀଙ୍କ ମୃତ ଦେହ ଉଦ୍ଧାର କାରଣ ଅସ୍ପଷ୍ଟ

ଭଞ୍ଜନଗର (ମାନବାଧିକାର ମିଡିଆ)  : ସୋରଡ଼ା ବ୍ଲକରେ ଘଟିଯାଇଛି ଏକ ଅଭାବନୀୟ ଘଟଣା  |ଗୋଟିଏ ପରିବାରର ଦୁଇ ଝିଅର ମୃତ୍ୟୁବରଣ କରିଛନ୍ତି | ସୋରଡ଼ାର ପୁଷ୍ପନଗରରେ ରହୁଥିବା ସୁଧାଂଶୁ ପାତ୍ରଙ୍କ ଦୁଇ ଝିଅ ସ୍ନେହଲତା ପାତ୍ର (୧୦) ଓ ସୁଜ୍ଞାନୀ ପାତ୍ର (୬) ଦୁହିଁଙ୍କର ମୃତ୍ୟୁ ଘଟିଛି | ସ୍ନେହଲତା ୫ମ ଶ୍ରେଣୀରେ ପାଠ ପଢୁଥିଲେ ଓ ସୁଜ୍ଞାନୀ ଅଙ୍ଗନବାଡିରେ ପଢୁଥିଲେ |ସୂଚନାନୁସାରେ ସୁଧାଂଶୁଙ୍କ ତିନୋଟି ଝିଅ ଗତକାଲି ରାତିରେ ଖାଇବା ପରେ ଘରେ ଗୋଟିଏ କୋଠରୀରେ ତିନି ଝିଅ ସହ ତାଙ୍କ ସ୍ତ୍ରୀ ଶୋଇଥିଲେ ସୁଧାଂଶୁ ଘର ବାରଣ୍ଡାରେ ଶୋଇଥିଲେ | ସକାଳ ୫ ଟା ସମୟରେ ତିନିଝିଅରୁ ଦୁଇ ଝିଅ ସ୍ନେହଲତା ଓ ସୁଜ୍ଞାନୀ ଦୁହେଁ ଛାତି ଓ ଗଳାରେ ପ୍ରବଳ ଯନ୍ତ୍ରଣା ଅନୁଭବ କରି ତାଙ୍କ ମାଙ୍କୁ ଜଣାଇଥିଲେ |ସ୍ତ୍ରୀ ଆସି ସୁଧାଂଶୁଙ୍କୁ ଉଠାଇବା ପରେ ଆସି ଦେଖିଥିଲେ ଦୁଇ ଝିଅ କାନ୍ଦୁଛନ୍ତି ଓ ତାପରେ ଭଞ୍ଜନଗର ଡାକ୍ତରଖାନାକୁ ଆମ୍ବୁଲାନ୍ସ ଯୋଗେ ଚିକତ୍ସା ପାଇଁ ଆଣିଥିଲେ| ହେଲେ ଦୁଇ ଝିଅଙ୍କୁ ଡାକ୍ତର ଏଠାରେ ମୃତ ଘୋଷଣା କରିଥିଲେ | ମୃତ ହୋଇଥିବା ଶୁଣିବା ପରେ ବାପା ମା’ ଙ୍କ କାନ୍ଦ ବୋବାଳି ରେ ଡାକ୍ତରଖାନା କମ୍ପି ଉଠିଥିଲା |ପରିବାର ଲୋକେ ଗୋଟିଏ ଦିନରେ ଏକକାଳୀନ ଦୁଇ ଝିଅଙ୍କ ମୃତ ଖବର ଶୁଣି ଉଭୟ ସୁଧାଂଶୁ ଓ ତାଙ୍କ ସ୍ତ୍ରୀ ଦୁଃଖରେ ଭାଙ୍ଗିପଡିଥିଲେ | ଦୁଇ ଝିଅଙ୍କ ଅକାଳ ମୃତ ଖବର ପାଇ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି | ପୋଲିସ ଶବକୁ ଜବତ କରିବା ସହ ବ୍ୟବଛେଦ ପାଇଁ ପଠାଇ ତଦନ୍ତ ଚଳାଇଥିବା ଜଣାପଡିଛି | ରିପୋର୍ଟ : ସତ୍ୟ ଚେତନ ପରିଡାRead More…

ସଟ୍ ଡାଉନ ହେଲା ବୁର୍ଲାର ୫ଟି ୱାର୍ଡ଼

ସମ୍ବଲପୁର, (ମାନବାଧିକାର ମିଡିଆ)  : ରାଜ୍ୟରେ କାୟା ବିସ୍ତାର କରିବାରେ ଲାଗିପଡ଼ିଛି କରୋନା । ତେଣୁ ବିଭିନ୍ନ ଜିଲ୍ଲାରେ ଏହାକୁ ମୁକାବିଲା କରିବା ପାଇଁ ଭିନ୍ନ ଭିନ୍ନ ପଦକ୍ଷେପ ନିଆଯାଉଛି । ଏହାରି ମଧ୍ୟରେ ସମ୍ବଲପୁର ସ୍ଥିତ ବୁର୍ଲାର ୩ରୁ ୭ନମ୍ବର ଯାଏଁ ସଟଡ଼ାଉନ ଘୋଷଣା କରାଯାଇଛି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସଟଡ଼ାଉନ ଘୋଷଣା କରାଯାଇଛି । ଜିଲ୍ଳା ପ୍ରଶାସନ ପକ୍ଷରୁ ଏହିପରି ପଦକ୍ଷେପ ଗ୍ରହଣ କରାଯାଇଛି । କିନ୍ତୁ ବୁର୍ଲା ମେଡ଼ିକାଲ କ୍ୟାମ୍ପସକୁ ସଟଡାଉନରୁ କୋହଳ କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ସମ୍ବଲପୁର ଜନସମ୍ପର୍କ ଅଧିକାରୀ ।Read More…

ବ୍ରହ୍ମପୁର ଏମକେସିଜି ମେଡିକାଲର OPD ବନ୍ଦ

ବ୍ରହ୍ମପୁର,(ମାନବାଧିକାର ମିଡିଆ) : ରାଜ୍ୟରେ ଏବେ ଆତଙ୍କ ଖେଳାଇବାରେ ଲାଗିଛି କରୋନା । ରାଜ୍ୟର ସବୁଠାରୁ ଗଞ୍ଜାମ ଜିଲ୍ଳା କରୋନା ପାଇଁ ବେଶି ପ୍ରଭାବିତ ହୋଇଛି । ତେଣୁ ବ୍ରହ୍ମପୁର ଏମକେସିଜି ମେଡିକାଲର OPD ବନ୍ଦ କରାଯିବ। କେବଳ ଗୁରୁତର ରୋଗୀଙ୍କୁ OPDକୁ ଯିବାକୁ ଅନୁମତି ଦିଆଯିବ। କରୋନା ସଂକ୍ରମଣ ଦୃଷ୍ଟିରୁ ଗଞ୍ଜାମ ଜିଲ୍ଲାପାଳ ଏହିପରି ପଦକ୍ଷେପ ଗ୍ରହଣ କରିଛନ୍ତି। ମୁଖ୍ୟ ଫାଟକକୁ ଛାଡ଼ି ଅନ୍ୟ ସମସ୍ତ ପ୍ରବେଶ ପଥ ବନ୍ଦ କରାଯାଇଛି। ରୋଗୀଙ୍କ ସହ କେବଳ ଜଣେ ସମ୍ପର୍କୀୟଙ୍କୁ ଭିତରକୁ ଯିବାକୁ ଅନୁମତି ମିଳିବ। ଏଥିସହିତ ଗତକାଲି ଜୁଲାଇ ୯ରୁ ୧୩ଯାଏଁ ଗଞ୍ଜାମର ସବୁ ସହରାଞ୍ଚଳ ସଟଡ଼ାଉନ ରହିବା ନେଇ ଘୋଷଣା ହୋଇଥିଲା । ଜିଲ୍ଲାର ସମସ୍ତ ବ୍ଲକ ହେଡ଼ କ୍ୱାଟର ଓ ସମସ୍ତ ଏନଏସି ମଧ୍ୟ ସଟଡାଉନ ଘୋଷଣା କରାଯାଇଛି । ବ୍ରହ୍ମପୁର ସହର ମଧ୍ୟ ସମ୍ପୁର୍ଣ୍ଣ ସଟ୍ ଡ଼ାଉନ୍ ରହିଥିବାବେଳେ ଆଜି ଗୋଟିଏ ଦିନ ହିଁ ସମସ୍ତଙ୍କୁ ନିଜ ନିଜ ଆବଶ୍ୟକୀୟ ମହଜୁଦ ଲାଗି ସମୟ ମିଳିଛି । ରିପୋର୍ଟ : ସତ୍ୟ ଚେତନ ପରିଡାRead More…

୫ଦିନ ପାଇଁ ସଟଡ଼ାଉନ ହେଲା ଗଞ୍ଜାମର ସହରାଞ୍ଚଳ

ଗଞ୍ଜାମ, ୭ା୭ (ମାନବାଧିକାର ମିଡିଆ) :ରାଜ୍ୟରେ ଏବେ ଆତଙ୍କ ଖେଳାଇବାରେ ଲାଗିଛି କରୋନା । ରାଜ୍ୟର ସବୁଠାରୁ ଗଞ୍ଜାମ ଜିଲ୍ଳା କରୋନା ପାଇଁ ବେଶି ପ୍ରଭାବିତ ହୋଇଛି । ତେଣୁ ଜୁଲାଇ ୯ରୁ ୧୩ଯାଏଁ ଗଞ୍ଜାମର ସବୁ ସହରାଞ୍ଚଳ ସଟଡ଼ାଉନ ରହିବା ନେଇ ଘୋଷଣା ହୋଇଛି । ଜିଲ୍ଲାର ସମସ୍ତ ଏନଏସି, ହିଂଜିଲି କାଟୁ ମୁନୁସିପାଲଟି, ସମସ୍ତ ବ୍ଲକ ହେଡ଼ କ୍ୱାଟର ସମେତ ବ୍ରହ୍ମପୁର ମହାନଗର ର ୪୦ ଟି ୱାର୍ଡ଼ ସମ୍ପୁର୍ଣ୍ଣ ଭାବେ ସଟଡାଉନ ରହିବ ବୋଲି ଘୋଷଣା କରାଯାଇଛି । ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଜିଲ୍ଳାପାଳ ବିଜୟ ଅମୃତା କୁଲାଙ୍ଗେ । ସଟଡ଼ାଉନ ସମୟରେ ଘରଘର ବୁଲି ସ୍ୱାସ୍ଥ୍ୟ ଯାଞ୍ଚ ଅଭିଯାନ ଚଳାଇବ ଜିଲ୍ଲା ପ୍ରଶାସନ । ଏଥିପାଇଁ ୨୦୦ଟି ସ୍ୱାସ୍ଥ୍ୟ ଯାଞ୍ଚ ଟିମ ଗଠନ କରାଯାଇଛି । ସବୁ ଟିମରେ ଜଣେ ଜଣେ ଡାକ୍ତର ରହିବେ । ତେଣୁ ସମସ୍ତ ଜିଲ୍ଲାବାସୀଙ୍କୁ ଏଥିରେ ସହଯୋଗ କରିବା ସହ ଅନାବଶ୍ୟକ ସ୍ଥଳେ ଘରୁ ନ ବାହାରି ଏହି ସଟ୍ ଡ଼ାଉନ୍ ନିୟକକୁ ସନ୍ତୋଷଜନକ ଭାବେ ଗ୍ରହଣ କରିବାକୁ ଭିଡ଼ିଓ ବାର୍ତ୍ତା ମାଧ୍ୟମରେ ଜିଲ୍ଲାପାଳ ଅନୁରୋଧ କରିଛନ୍ତି । ଯଦି କୌଣସି ପ୍ରକାରେ ଜ୍ୱର କିମ୍ବା କାଶ ହୁଏ ତେବେ ଅଯଥା ଔଷଧ ଖାଇ ସୁସ୍ଥତା ହେବାଲାଗି ପ୍ରୟାସ ନ କରିବା ସହ ଏହାକୁ ନ ଲୁଚାଇ ନିକଟସ୍ଥ ଆଶା କିମ୍ବା ଅଙ୍ଗନବାଡି କର୍ମୀଙ୍କୁ ସୂଚନା ଦେବା ପାଇଁ କହିଛନ୍ତି । ସୂଚନା ଅନୁଯାୟୀ ।ଆଜି ଯାଏ ଜିଲ୍ଲାରେ ୪୨୪ କରୋନା ଯୋଦ୍ଧା ପଜିଟିଭ ବାହାରିଥିବା ବେଳେ ସେମାନଙ୍କ ମଧ୍ୟରୁ ୪ଜଣଙ୍କର ମୃତ୍ୟୁ ହୋଇଛି । ୨୩୧ ଜଣ ଚିକିତ୍ସାଧୀନ ଅଛନ୍ତି ବୋଲି ଜିଲ୍ଳାପାଳ କହିଛନ୍ତି । ରିପୋର୍ଟ : ସତ୍ୟ ଚେRead More…

ଷ୍ଟୋନ କ୍ରସର ଓ ପଥର କୁଆଁରୀରେ ବେଆଇନ ବିସ୍ଫୋରଣ ପ୍ରତିବାଦରେ ତାତିଲେ ଗାଁ ବାସୀ

ଗଞ୍ଜାମ ,  (ମାନବାଧିକାର ମିଡିଆ) : ବେଆଇନ ପଥର ଖାଦନରେ ବେଆଇନ ଭାବେ ପଥର ଫୁଟାକୁ ପ୍ରତିବାଦ କରି ରାଜରାସ୍ତାକୁ ଓହ୍ଲାଇଲେ ଗ୍ରାମବାସୀ। ପୋଲିସ ପ୍ରଶାସନର ହସ୍ତକ୍ଷେପ ପରେ ପରିସ୍ଥିତିରେ ସୁଧାର ଆସିଥିଲା। ଦୀର୍ଘ ୩ ଘଣ୍ଟା ଧରି ଏନ ଏଚ ୩୨୬ର ପୁଡାମାରୀ ପଟିଗୁଡା ଗାଁ ଛକରେ ଆନ୍ଦୋଳନ କରିଥିଲେ। ଜିଲାର ସାନଖେମୁଣ୍ଡି ତାହସିଲ ଅଧିନସ୍ଥ ପତ୍ତିଗୁଡ଼ା ସିନ୍ଦୁରପୁର ଗାଁ ନିକଟରେ ଏକ ବିରାଟ କ୍ରସର କମ୍ପାନୀ ରହିଛି। ଏହି କମ୍ପାନୀ କର୍ତ୍ତୃପକ୍ଷ ବେଆଇନ ଭାବେ ନିକଟସ୍ଥ ପାହାଡ଼ରୁ ପଥର ଫୁଟାଇବା ଯୋଗୁଁ ଶବ୍ଦରେ ନିକଟରେ ଥିବା ଗାଁ ଲୋକଙ୍କ କାନ୍ଥ ଭାଙ୍ଗିଯାଉଛି। ସେହିପରି କ୍ରସର କମ୍ପାନୀର ନିର୍ଗତ ବର୍ଜ୍ୟବସ୍ତୁରେ ଚାଷ ଜମି ଅନୁର୍ବର ହୋଇଯାଉଛି ବୋଲି ଗାଁ ଲୋକ ଅଭିଯୋଗ କରିଛନ୍ତି।ଏନେଇ ଅଭିଯୋଗ କରିଲେ ତହସିଲ ପୋଲିସ ପ୍ରଶାସନ କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ହେଉନଥିବାରୁ ଗାଁ ଲୋକେ ପ୍ରଶାସନ ଉପରୁ ଆସ୍ଥା ହରାଇଦେଇଥିବା କହିଛନ୍ତି। ରିପୋର୍ଟ : ସତ୍ୟ ଚେତନ ପରିଡାRead More…

ବିଜେପିର ଅଭିଯୋଗ ଉପରେ ପ୍ରଶାସନିକ ସ୍ପଷ୍ଟୀକରଣ,2 ଜଣଙ୍କ ସ୍ୱାଭାବିକ ମୃତ୍ୟୁ

କୁକୁଡାଖଣ୍ଡି , (ମାନବାଧିକାର ମିଡିଆ) : କୁକୁଡାଖଣ୍ଡି ବ୍ଲକ ଅନ୍ତର୍ଗତ ବାଲିପଡ଼ା ଗ୍ରାମରେ କୌଣସି ବ୍ୟକ୍ତିଙ୍କ କରୋନା ଭୁତାଣୁ ଜନିତ କାରଣରୁ ମୃତ୍ୟୁ ହୋଇନାହିଁ I ରାଜନୈତିକ ଦଳର ଅଭିଯୋଗ ସମ୍ପୂର୍ଣ ଭିତ୍ତିହୀନ ପ୍ରଥମେ ମୃତ୍ୟୁ ବରଣ କରିଥିବା ବି.ରାମଚନ୍ଦ୍ର ସୁବୁଦ୍ଧିଙ୍କ ପୂର୍ବରୁ ଶ୍ୱାସ ଜନିତ ରୋଗରେ ଆକ୍ରାନ୍ତ ଥିଲେ ତାଙ୍କର କୌଣସି ପ୍ରକାର କରନା ଲକ୍ଷଣ ନଥିଲା ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ବରଣ କରିଚନ୍ତି I ଅନ୍ୟପକ୍ଷରେ ରାମଚନ୍ଦ୍ରଙ୍କ ମୃତ୍ୟୁର 5ଦିନ ପରେ ମୃତ୍ୟୁ ବରଣ କରିଥିବା ତାଙ୍କ ଜ୍ୱାଇଁଙ୍କ କୌଣସି ପ୍ରକାର ଗତାଗତ ବିବରଣୀ ବାଲିପଡ଼ା ସାଙ୍ଗରେ ନାହିଁ ସେ ସମ୍ପୂର୍ଣ ରୂପରେ କବିସୂର୍ଯ୍ୟନଗର ବାସିନ୍ଦା ଏବଂ ରାମଚନ୍ଦ୍ରଙ୍କ ମୃତ୍ୟୁହେବା ପର୍ଯ୍ୟନ୍ତ ସେ ତାଙ୍କ ଜ୍ୱାଇଁ ସଂପର୍ଶରେ ଆସିନାହାନ୍ତି I ପରବର୍ତୀ ସମୟରେ ରାମଚନ୍ଦ୍ରଙ୍କ ମୃତ୍ୟୁର ବାରଦିନ ପରେ ତାଙ୍କ ବାପା ବି.କାମେଶ୍ୱର ସୁବୁଦ୍ଧିଙ୍କ ମୃତ୍ୟୁ ହୋଇଥିଲା ତାଙ୍କ ପରିବାର ସଦସ୍ୟଙ୍କ ଉପରେ ପ୍ରଶାସନର ନଜର ସବୁବେଳେ ରହିଚି ପୁଅ ମୃତ୍ୟୁରେ ମ୍ରିୟମାଣ ହୋଇ ବାପାଙ୍କ ମୃତ୍ୟୁ ଘଟିଚି I ଉଭୟଙ୍କ ମୃତ୍ୟୁ ସମ୍ପୂର୍ଣ ପ୍ରାକୃତିକ କାହା ପାଖରେ ମଧ୍ୟ କରୋନା ଲକ୍ଷଣ ନଥିଲା I ମୃତ୍ୟୁ ପୂର୍ବରୁ ବାଲିପଡ଼ା ଗ୍ରାମରେ ଚି଼ହ୍ନଟ ହୋଇଥିବା ଦୁଇ ଆକ୍ରାନ୍ତଙ୍କ ସହ ଉକ୍ତ ପରିବାରର କୌଣସି ସମ୍ପର୍କ ନାହିଁ ସେମାନଙ୍କ ସଂପର୍ଶରେ ପରିବାରର କୌଣସି ବ୍ୟକ୍ତି ଆସିନାହାନ୍ତି I ଉକ୍ତ ଦୁଇଜଣଙ୍କ ସଂପର୍ଶରେ ଆସିଥିବା ସମସ୍ତଙ୍କ କରୋନା ପରୀକ୍ଷା ସରିଚି ଏବଂ ସମସ୍ତଙRead More…

କୁକୁଡାଖଣ୍ଡି ପାଇଁ ମୋର କେହି ପ୍ରତିନିଧି ନାହିଁ:ବାଚସ୍ପତି

କୁକୁଡାଖଣ୍ଡି , (ମାନବାଧିକାର ମିଡିଆ) :- ଦୀର୍ଘଦିନ ହେବ ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୁକୁଡାଖଣ୍ଡି ବ୍ଲକର ସ୍ଥାନୀୟ ବିଧାୟକ ତଥା ବିଧାନସଭା ବାଚସ୍ପତି ଡ଼ଃ. ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ପ୍ରତିନିଧିକୁ ନେଇ ଚର୍ଚ୍ଚା ଜୋର ଧରିଚି I ପଞ୍ଚାୟତ ସମିତି ବୈଠକ ହେଉ କିମ୍ବା ଅନ୍ୟାନ୍ୟ କାର୍ଯ୍ୟକ୍ରମର ସନ୍ତୋଷ ଚୌଧୁରୀ ପ୍ରତିନିଧି ଦାୟିତ୍ୱରେ ରହିଥିବା ଦେଖିବାକୁ ମିଳୁଥିଲା କିନ୍ତୁ କିଛି ଦଳିଅ ନେତୃବୃନ୍ଦ ପ୍ରଶ୍ନ ଉଠାଇଛନ୍ତି ବାଚସ୍ପତି କାହାକୁ ପ୍ରତିନିଧି ଦାୟିତ୍ୱ ଦେଇନଥିବାବେଳେ ସେ କିପରି ପ୍ରତିନିଧି ହୋଇଗଲା ଯାହାକୁ ନେଇ ଏକ ଲେଖା ସାମାଜିକ ଗଣମାଧ୍ୟମରେ ଖୁବ ଚର୍ଚ୍ଚା ହେଲା I ଏହାର ଚର୍ଚ୍ଚା ଉପରେ ଆଙ୍କୁଶ ଲଗାଇ ନିଜ ପ୍ରତିକ୍ରିୟା ଦେଇଚନ୍ତି ବାଚସ୍ପତି ଡ଼ଃ.ପାତ୍ର ତାଙ୍କ କହିବା ମୁତାବକ ବିଗତ ସାଧାରଣ ନିର୍ବାଚନ ପରେ ମୁ କାହାରିକୁ ନିଜ ପ୍ରତିନିଧି ଦାୟିତ୍ୱ ଦେଇନାହିଁ I ବର୍ତ୍ତମାନ କେହି ମୋର କୁକୁଡାଖଣ୍ଡି ବ୍ଲକ ପ୍ରତିନିଧି ନାହାନ୍ତି I ରିପୋର୍ଟ : ଉମାଶଙ୍କର ପାଣିଗ୍ରାହୀRead More…

ସଟଡାଉନ ବେଳେ ବେଆଇନ ବିକ୍ରିକୁ ଜିଲ୍ଲା ପ୍ରଶାସନର ବିରୋଧ

ବ୍ରହ୍ମପୁର , (ମାନବାଧିକାର ମିଡିଆ) : ଗଞ୍ଜାମ ଜିଲ୍ଲାରେ କରୋନା ସଂକ୍ରମଣଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବାବେଳେ ଏହାକୁ ଦୂର କରିବା ପାଇଁ ଜିଲ୍ଲାରେ ସପ୍ତାହକୁ ଦୁଇ ଦିନ ଅର୍ଥାତ ଶନିବାର ଓ ରବିବାର ସଟଡାଉନ ଘୋଷଣା କରାଯାଇଛି । ତେବେ ସଟଡାଉନ ସମୟରେ ସମଗ୍ର ଜିଲ୍ଲାରେ ଔଷଧ ଦୋକାନ , ଦୁଗ୍ଧ ଆଦି ଜରୁରୀ ସେବାକୁ ଛାଡିଲେ ସମସ୍ତ ଦୋକାନ ବଜାର ବନ୍ଦ ରହିଛି । ଅନ୍ୟପଟେ ଏଭଳି ସଟଡାଉନ ସମୟରେ ବ୍ରହ୍ମପୁରର ଗିରି ମାର୍କେଟ ଛକରେ ଥିବା ଛେଳି କଟା ଘରକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସିଲ କରାଯାଇଛି । ଅନ୍ୟପଟେ ଜିଲ୍ଲା ପ୍ରଶାସନ ପକ୍ଷରୁ ସହରର ବିଭିନ୍ନ ମାଂସ ଓ ଅଣ୍ଡା ଦୋକାନକୁ ସିଲ କରାଯାଇଥିବା ଦେଖିବାକୁ ମିଳିଛି । ରିପୋର୍ଟ : ସତ୍ୟ ଚେତନ ପରିଡାRead More…