ଗଜପତି ଜିଲ୍ଲାରେ ଆଜି ପୁଣି ଆଉ ୨୫ ଆକ୍ରାନ୍ତ ଚିହ୍ନଟ

ପାରଳାଖେମୁଣ୍ଡି,(ମାନବାଧିକାର ମିଡିଆ) : ଜିଲ୍ଲାରେ ଆଜି ପୁଣି କରୋନା ସଂକ୍ରମିତଙ୍କ ତାଲିକାରେ ଯୋଡ଼ି ହେଲେ ୨୫ ଆକ୍ରାନ୍ତ। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ ୫୯୧। ସଂକ୍ରମଣର ତଥ୍ୟକୁ ଅନୁଧ୍ୟାନ କଲେ ଏହାର ବିସ୍ପୋରକ ରୂପ ନେଉଥିବା ସ୍ପଷ୍ଟ ବାରି ହେଉଛି। ଏଥିମଧ୍ୟରୁ ୧୦ ଜଣ କରୋନା ଯୋଦ୍ଧା ହୋଇଥିବା ବେଳେ ୧୨ ଜଣ ଲୋକଲରୁ ଚିହ୍ନଟ ହୋଇଛନ୍ତି। ଏବଂ ୩ ଜଣ ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ରରୁ ହୋଇଥିବା ସୂଚନା ମିଳିଛି। ସଦରମହକୁମା ପାରଳାଖେମୁଣ୍ଡି ସହରରେ ମଧ୍ୟ ସ୍ଥିତି ଗମ୍ଭୀର ହେବାରେ ଲାଗଛି। ସହରରେ ଆଜି ପୁଣି ୧୩ ଚିହ୍ନଟ ହୋଇଛନ୍ତି। ଏହା ଗୋଷ୍ଠୀ ସଂକ୍ରମଣର ସ୍ପଷ୍ଟ ନିଦର୍ଶନ। ଯାହାକୁ ଦେଖି ସଟଡାଉନ ସମୟରେ ଘର ଘର ବୁଲି ସକ୍ରିୟ ଲକ୍ଷଣ ଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରିବାକୁ ଲକ୍ଷ୍ୟ ରଖାଯାଇଛି। ଅପରପକ୍ଷରେ ଗ୍ରାମାଞ୍ଚଳରେ ମଧ୍ୟ ସମାନ ଭାବରେ ବୃଦ୍ଧି ପାଉଥିବାର ଦେଖିବାକୁ ମିଳିଛି, ଆଜି ଉଭୟ ଗୁମ୍ମା ଏବଂ ରା ଉଦୟଗିରି ବ୍ଲକର ୬ଜଣ ଲେଖାଏଁ ଚିହ୍ନଟ ହୋଇଛି। ତଥ୍ୟ ଲୁଚାଇବା ମହଙ୍ଗା ପଡୁଥିବା ଆଲୋଚନା ହେଉଥିବା ବେଳେ, ଆଜି ବିଭିନ୍ନ ସାହିରୁ ପୁଣି ପାଞ୍ଚ ଜଣ ସର୍ଭେ ସମୟରେ ଚିହ୍ନଟ ହୋଇଛନ୍ତି। ଯାହା ଗୋଷ୍ଠୀ ସଂକ୍ରମଣ ଦିଗକୁ ଗତି କରୁଛି। ତେବେ ସମସ୍ତ ଭିତରେ ଜନସାଧାରଣ ପ୍ରଶାସନର ସମସ୍ତ ପ୍ରତିଷେଧକ କାର୍ଯ୍ୟକ୍ରମକୁ ସହଯୋଗ କରିବା ସହ ନିଜ ଆଡୁ ବ୍ୟାପକ ସଚେତନ ହେବା ଜରୁରୀ ହୋଇପଡିଛି।Read More…

ଆଜିଠାରୁ ତିନିଦିନ ଧରି ପାରଳାଖେମୁଣ୍ଡି ସହର ସଟଡାଉନ

ଗଜପତି/ପାରଳାଖେମୁଣ୍ଡି, (ମାନବାଧିକାର ମିଡିଆ) : ଆଜିଠାରୁ ତିନିଦିନ ଧରି ପାରଳାଖେମୁଣ୍ଡି ସହର ସଟଡାଉନ, ଅତି ଜରୁରୀ ନହେଲେ ବାହାରକୁ ବାହାରିବା ମନା। ପାରଳାଖେମୁଣ୍ଡି ସହରରେ ଅଧିକ ସଂଖ୍ୟକ ପଜିଟିଭ ଚିହ୍ନଟ ପରେ ସଟଡାଉନ ଘୋଷଣା କରିଛି ପ୍ରଶାସନ। ଏହି ସମୟରେ ସହରର ପ୍ରତ୍ୟେକ ଘର ଘର ବୁଲି ସର୍ଭେ କରାଯିବା ନେଇ ପୂର୍ବରୁ ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି। ଏଥିପାଇଁ ୫୬ଟି ଟିମ୍ ନିୟୋଜିତ ଅଛନ୍ତି, ସେମାନେ ଥର୍ମାଲ ଟେଷ୍ଟ କରିବା ସହ ଅକ୍ସିଟେଷ୍ଟ ମାଧ୍ୟମରେ ମଧ୍ୟ ପରୀକ୍ଷା କରାଯିବ ସଂକ୍ରମଣ ଚିହ୍ନଟ ହେଲେ ତାଙ୍କୁ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯିବ ବୋଲି କହିଛନ୍ତି ପୈାର ଅଧିକାରୀ। ଜିଲ୍ଲାରେ ସଂକ୍ରମଣ ସଂଖ୍ୟା ଅହେତୁକ ଭାବେ ବଢ଼ିଚାଲିଛି। ଯାହାକୁ ଦୃଷ୍ଟିରେ ରଖି ସଟଡାଉନ ନିଷ୍ପତ୍ତି ନେଇଛି ପ୍ରଶାସନ। କ୍ଷୀର ଓ ଔଷଧ ଛଡ଼ା ଅନ୍ୟ ସମସ୍ତ ଦୋକାନ ବଜାର ବନ୍ଦ ରହିଛି। ଅତ୍ୟନ୍ତ ଜରୁରୀ ଆବଶ୍ୟକ ନ ହେଲେ ଘରୁ ବାହାରକୁ ବାହାରିବା ପାଇଁ ବାରଣ କରାଯାଇଛି। ପୋଲିସ ପ୍ରଶାସନ ଏହାକୁ କଡାକଡି ଭାବରେ ପାଳନ କରିବା ପାଇଁ ବିଭିନ୍ନ ସ୍ଥାନରେ ମୁତୟନ ରହିଛନ୍ତି। ଜିଲ୍ଲା ପ୍ରଶାସନର ନିଷ୍ପିକୁ ଜିଲ୍ଲାବାସୀ ସମର୍ଥନ କରିବା ସହ ସହଯୋଗ କରୁଥିବା କହିଛନ୍ତିି।Read More…

କେନ୍ଦ୍ର ସରକାର’ଙ୍କର ଜନବିରୋଧୀ ପେଟ୍ରୋଲ ଏବଂ ଡିଜେଲ ଦର ଵୃଦ୍ଧି ବିରୁଦ୍ଧରେ ଆମ ଆଦମୀ ପାର୍ଟିର ରାଜ୍ୟବ୍ୟାପି ବିଦ୍ରୋହ

ଗଜପତି/ପାରଳାଖେମୁଣ୍ଡି, ୦୮/୦୭(ମାନବାଧିକାର ମିଡିଆ) : କେନ୍ଦ୍ର ସରକାର’ଙ୍କ ଜନ-ବିରୋଧୀ ପେଟ୍ରୋଲ ଓ ଡିଜେଲ’ର ଅହେତୁକ ଦରବୃଦ୍ଧି ବିରୁଦ୍ଧରେ ଆମ ଆଦମୀ ପାର୍ଟି , ଗଜପତି ଜିଲ୍ଲା ୟୁନିଟ ପକ୍ଷରୁ ପାରଳାଖେମୁଣ୍ଡି ଠାରେ ଅନୁଷ୍ଠିତ ହୋଇଯାଇଛି । ପାର୍ଟି’ର ଜିଲ୍ଲା ୟୁନିଟ’ର ଆବାହକ ଶିଶିର କୁମାର ଭଞ୍ଜସାମନ୍ତ ଏବଂ ବରିଷ୍ଠ ନେତା କିଶୋର ଚନ୍ଦ୍ର ଗୁର ପ୍ରମୁଖ ଉଦବୋଧନ ଦେଇ କହିବା ସହ ଏକ ପ୍ରେସ ବିବୃତିରେ ଜଣାଇଛନ୍ତି ଯେ , କେନ୍ଦ୍ର ସରକାର କରୋନା ମହାମାରୀ ନାମରେ ତୈଳ ଦର ଅହେତୁକ ଭାବରେ ବଢ଼ାଇ ଚାଲିଛନ୍ତି। ବିଗତ ୨୨ ଦିନରେ ପେଟ୍ରୋଲ ଏବଂ ଡିଜେଲ ଦର ପ୍ରାୟ ୧୦ ଟଙ୍କାରୁ ଅଧିକ ବୃଦ୍ଧି ପାଇ ଆଜି ୮୦ ଟଙ୍କା ପାର ହୋଇଛି। ସରକାର ତର୍କ ଦେଉଛନ୍ତି ଯେ , କରୋନା ମହାମାରୀ’ ର ମୁକାବିଲା ପାଇଁ ଅର୍ଥ ଆବଶ୍ୟକ ହେଉଥିବା ଯୋଗୁଁ ଏହି ଦର ବଢାଯାଉଛି। ଆମ ଆଦମୀ ପାର୍ଟି ଏହି ତୈଳ ଦର ବୃଦ୍ଧିର ତୀବ୍ର ନିନ୍ଦା କରୁଛି। କରୋନା ନାମରେ ଜନସାଧାରଣଙ୍କୁ ଲୁଟିବା ବିରୁଦ୍ଧରେ ଆଜି ରାଜ୍ୟବ୍ୟାପି ଆନ୍ଦୋଳନ କରିବାର ନିଷ୍ପତ୍ତି ନେଇଛି ଏବଂ ବର୍ଦ୍ଧିତ ତୈଳ ଦରକୁ ହ୍ରାସ କରିବା ପାଇଁ ଦାବି କରୁଛି। ସମସ୍ତଙ୍କ ଅବଗତି ନିମନ୍ତେ ଆମେ ସ୍ପଷ୍ଟ କରୁଛୁ ଯେ , ତୈଳ ଦର ବୃଦ୍ଧି’ର କରୋନା ସହିତ କୌଣସି ସମ୍ପର୍କ ନାହିଁ । ୨୦୧୪ମସିହା’ ରୁ ୨୦୧୬ ପର୍ଯ୍ୟନ୍ତ ଯେତେବେଳେ ସାରା ବିଶ୍ୱରେ ତୈଳ ଦର ଅତ୍ୟନ୍ତ କମ ଥିଲା , ସେତେବେଳେ ମୋଦୀ ସରକାର ପେଟ୍ରୋଲ ଏବଂ ଡିଜେଲର ଏକ୍ସସାଇଜ଼ ଡିଉଟି ୯ ଥର ବଢ଼ାଇ ପ୍ରାୟ ୧୦ ଲକ୍ଷ କୋଟି ଟଙ୍କା ଆଦାୟ କରିଥିଲେ। ମୋଦୀ ସରକାର କ୍ଷମତା’କୁ ଆସିବାବେଳେ ପେଟ୍ରୋଲ ଉପରେ ଏକ୍ସସRead More…

ପୂର୍ବତନ ନଗରପାଳ ତଥା ବରିଷ୍ଠ ବିଜେପି ନେତାଙ୍କ ବିୟୋଗ

ପାରଳାଖେମୁଣ୍ଡି, ୦୮/୦୭ (ମାନବାଧିକାର ମିଡିଆ) : ପାରଳାଖେମୁଣ୍ଡି ପୌର ପରିଷଦର ପୂର୍ବତନ ନଗରପାଳ ତଥା ଜିଲ୍ଲା ବିଜେପିର ବରିଷ୍ଠ ନେତା ପି.କ୍ରିଷ୍ଣାଙ୍କ ବିୟୋଗ ଘଟିଛି । ସେ ଗତ ୪ଦିନ ଧରି ଅସୁସ୍ଥ ଥିଲେ । ତାଙ୍କ ଅବସ୍ଥା ଗତକାଲି ଗୁରୁତର ହେବାରୁ ତାଙ୍କୁ ଆନ୍ଧ୍ରର ଶ୍ରୀକାକୁଲମ ସ୍ଥିତ ଜେମସ୍ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଆଜି ତାଙ୍କର ସେଠାରେ ମୃତ୍ୟୁ ଘଟିଥିବା ଜଣାପଡିଛି । ଏହି ଖବର ପାଇବା ପରେ ସମଗ୍ର ପାରଳାଖେମୁଣ୍ଡି ସହରରେ ଶୋକର ଛାୟା ଖେଳିଯାଇ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି । ସେ ପାରଳା ପୌର ପରିଷଦର ନଗରପାଳ ଭାବେ ବେଶ ଉନ୍ନତମାନର କାର୍ଯ୍ୟ କରି ଲୋକଙ୍କ ପାଖରେ ଆଦରଣୀୟ ହୋଇ ପାରିଥିଲେ । ବର୍ତ୍ତମାନର ପାରଳା ବିଧାୟକ କେ.ନାରାୟଣ ରାଓଙ୍କ ଜଣେ ଘନିଷ୍ଠ ସହେଯାଗୀ ଥିଲେ । ତାଙ୍କ ବିୟୋଗରେ ରାଜ୍ୟ ବିଜେପିର ଉପସଭାପତି ଭୃଗୁ ବକ୍ସିପାତ୍ର ତାଙ୍କ ବିୟୋଗରେ ବିଜେପି ଦଳର ଅପୁରଣୀୟ କ୍ଷତି ଘଟିଛି ବୋଲି କହିଛନ୍ତି । ସେ ଜଣେ ଦୃଢ ସଂଗଠକ ଏବଂ ସକ୍ରୀୟ କର୍ମୀ ଥିଲେ ବୋଲି ସେ ତାଙ୍କ ଶୋକ ବାର୍ତ୍ତାରେ କହିଛନ୍ତି । ପାରଳା ବିଧାୟକ କେ.ନାରାୟଣ ରାଓ,ବରିଷ୍ଠ ନେତା ଜମିଦାର ପଟ୍ଟନାୟକ,ସିଦ୍ଧେଶ୍ୱର ମିଶ୍ର,ନୃସିଂହ ଚରଣ ପଟ୍ଟନାୟକ ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି । ସେହିପରି ଅନ୍ୟ ରାଜନୈତିକ ଦଳର ନେତା ମଧ୍ୟ ତାଙ୍କ ବିୟୋଗ ପାଇଁ ଶୋକ ପ୍ରକାଶ କରିଛନ୍ତି । ପାରଳାଖେମୁଣ୍ଡି ଠାରେ ଥିବା ସମସ୍ତ ଜିଲ୍ଲାସ୍ତରୀୟ ସମସ୍ତ ସାମ୍ବାଦିକ ଗଭୀର ଶୋକ ପ୍ରକାଶ କରି ତାଙ୍କର ଅମର ଆତ୍ମାର ସଦଗତି କାମନା କରିଛନ୍ତି । ପାରଳାଖେମୁଣ୍ଡି ମୋଟର କର୍ମଚାରୀ ସଂଘ ତରRead More…

ତିନିଦିନ ପାଇଁ ସଟ୍ ଡ଼ାଉନ୍ ଘୋଷଣା ହେଲା ପାରଳାଖେମୁଣ୍ଡି

ଗଜପତି,୦୮/୦୭(ମାନବାଧିକାର ମିଡିଆ) : ପାରଳାଖେମୁଣ୍ଡି ସହରକୁ ତିନି ଦିନିଆ ସଟଡାଉନ ଘୋଷଣା କଲେ ଜିଲ୍ଲାପାଳ, ଶୁକ୍ରବାର, ଶନିବାର ଓ ରବିବାର ତିନି ଦିନ ପାଇଁ ସଟଡାଉନ ଘୋଷଣା କରିଛି ପ୍ରଶାସନ, ଏହି ସମୟରେ ସ୍ୱାସ୍ଥ୍ୟ ବିଭାଗର 60ଟି ଟିମ ଘର ଘର ବୁଲି ସ୍ୱାସ୍ଥ୍ୟ ଯାଞ୍ଚ କରିବ। ଜିଲ୍ଲାକୁ ଯୋଗା ଯୋଗ କରୁଥିବା ସମସ୍ତ ରାୟଗଡ, ଗଞ୍ଜାମ ଓ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଜିଲ୍ଲାର ରାସ୍ତାକୁ ସମ୍ପୂର୍ଣ୍ଣ ଭାବରେ ସିଲ କରିଦିଆଜିବ ବୋଲି ସୁଚନା ଦେଇଛନ୍ତି ଜିଲ୍ଲାପାଳ।Read More…

ଗଜପତିରେ ଆଉ ୧୨ କରୋନା ପଜିଟିଭ୍ ଚିହ୍ନଟ, ଜଣେ ମୃତ

ପାରଳାଖେମୁଣ୍ଡି , (ମାନବାଧିକାର ମିଡିଆ) : ଗଜପତି ଜିଲ୍ଲାରେ କରୋନା ଜନିତ ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ଆଶାତୀତ ଭାବେ ବଢ଼ିବାରେ ଲାଗିଛି । ଜିଲ୍ଲାରେ ଗତକାଲି ସୁଦ୍ଧା କରୋନା ଜନିତ ସଂକ୍ରମିତଙ୍କ ସଂଖ୍ୟା ୪୪୭ ଥିବା ବେଳେ ଆଜି ପୁଣି ୧୨ ଜଣ କରୋନା ପଜିଟିଭ୍ ଆକ୍ରାନ୍ତକାରୀ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ଜିଲ୍ଲାର କାଶୀନଗର ଓ ଗୋସାଣି ବ୍ଲକରୁ ଜଣେ ଲେଖାଏଁ କରୋନା ପୋଜିଟିଭ ଚିହ୍ନଟ ହୋଇଥିବା ବେଳେ ୧୦ ଜଣ କରୋନା ଯୋଦ୍ଧା,କରୋନା ପୋଜିଟିଭ’ରେ ସଂକ୍ରମିତ ହୋଇଥିବା ଏବଂ ଗତକାଲି ଜିଲ୍ଲାର ଡାଲିମ୍ବପୁର ଗ୍ରାମର ଜଣେ ୪୦ ବର୍ଷୀୟଙ୍କ କରୋନା ଜନିତ ସଂକ୍ରମଣରେ ଜଣକର ମୃତ୍ୟୁ ହୋଇଥିବା ମିଳିଥିବା ସୂଚନାରୁ ଜଣାଯାଇଛି ।
ଆଜି , କରୋନା ଜନିତ ସଂକ୍ରମଣ’ରେ ଚିହ୍ନଟ ହୋଇଥିବା ୧୨ ଜଣଙ୍କ ସ୍ୱାବ ନମୁନା ଗତ ୨ ତାରିଖ ଦିନ ସଂଗ୍ରହ କରାଯାଇ ପରୀକ୍ଷାଗାରକୁ ପଠା ଯାଇଥିଲା । ତେବେ ପରୀକ୍ଷାଗାରରୁ ପଠା ଯାଇଥିବା ସ୍ୱାବ-ନମୁନା ରିପୋର୍ଟ ପଜିଟିଭ୍ ଆସିବା ପରେ ସେହି ସମସ୍ତ ୧୨ ଜଣଙ୍କୁ ଗଜପତି ଜିଲ୍ଲାର ରାଜ-ସୀତାପୁର ଠାରେ ଥିବା କୋଭିଡ ହସପିଟାଲ ଓ କୋଭିଡ କେୟାର କେନ୍ଦ୍ରକୁ ପଠାଇ ଦିଆଯାଇଛି ।  ସେଠାରେ ସେମାନଙ୍କ ଚିକିତ୍ସ୍ୟ ଆରମ୍ଭ ହୋଇ ଯାଇଥିବା ବେଳେ ବର୍ତ୍ତମାନ ସେଠାରେ ସମସ୍ତଙ୍କ ସ୍ୱାସ୍ଥ୍ୟ ଭଲଥିବା ଜିଲ୍ଲାପାଳ ଅନୁପମ ଶାହା , ପ୍ରେସ ସୂଚନା ଦେଇ ଜଣାଇଛନ୍ତି ।Read More…

କରୋନା ସ୍ଥିତି ସଙ୍ଗିନ ହୋଇପଡିଥିବା ଯୋଗୁଁ ଗଜପତି ଜିଲ୍ଲାରେ ସପ୍ତାହ’କୁ ୨ ଦିନ ସଟଡାଉନ

ଗଜପତି,ପାରଳାଖେମୁଣ୍ଡି,  (ମାନବାଧିକାର ମିଡିଆ)  : ଗଜପତି ଜିଲ୍ଲାରେ କରୋନା ସ୍ଥିତି ସଙ୍ଗିନ ହୋଇପଡିଛି । ଜିଲ୍ଲା’ରେ କରୋନା ସଂକ୍ରମିତ’ଙ୍କ ସଂଖ୍ୟା ଦିନକୁ ଦିନ ଆଶାତୀତ ଭାବେ ବଢ଼ିବାରେ ଲାଗିଛି । ଏମିତି’କି କରୋନା ଯୋଦ୍ଧା ମାନେ ସଂକ୍ରମିତ ମାନଙ୍କ ସେବା କରି ନିଜେ ସେଥିରେ ଆକ୍ରାନ୍ତ ହୋଇପଡିଛନ୍ତି । ଏସବୁକୁ ଦୃଷ୍ଟି ଆଗରେ ରଖି ଏବଂ ଏହାକୁ ନିୟନ୍ତ୍ରଣ’ରେ ରଖିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାବ୍ୟାପୀ ସପ୍ତାହକୁ ଦୁଇଦିନ ଅର୍ଥାତ ପ୍ରତି ଶନିବାର ଓ ରବିବାର ଦିନ’କୁ ସଟଡାଉନ ଘୋଷଣା କରିଛନ୍ତି ଏବଂ ଏହି ସଟଡାଉନ କଟକଣା ଚଳିତ ମାସ ଶେଷ ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ଗଜପତି ଜିଲ୍ଲାପାଳ ଅନୁପମ ଶାହା କୁହାଯାଇଛି ।
ସଟଡାଉନ କଟକଣା ଗଜପତି ଜିଲ୍ଲାରେ ସମ୍ପୂର୍ଣ୍ଣ ଭାବେ କଡାକଡି କରାଯାଇଛି । ଏହି ଦୁଇ ଦିନିଆ ସଟଡାଉନ’ରେ ମୁଖ୍ୟତଃ ଭାବେ ଗ୍ୟାସ ବିତରଣ , ଦୁଗ୍ଧ ବିକ୍ରି ସହ ଔଷଧ ଦୋକାନ ଖୋଲା ରହିଥିବା ବେଳେ ଅନ୍ୟସବୁ ଦୋକାନ ବଜାର , ଓ ଯାନବାହନ ଚଳାଚଳ ବନ୍ଦପାଇଁ କଟକଣା ଲଗାଯାଇଛି ।Read More…

ଆଜି ଗଜପତି ଜିଲ୍ଲାରେ ଆଉ ୬ ପଜୋଟିଭ ଚିହ୍ନଟ

ପାରଳାଖେମୁଣ୍ଡି, (ମାନବାଧିକାର ମିଡିଆ)  : ଗଜପତି ଜିଲ୍ଲାରେ ଆଉ ୬ ପଜୋଟିଭ ଚିହ୍ନଟ, ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ ୪୪୭ ରେ ପହଞ୍ଚିଛି, ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଦୁଇଜଣ କୋରନା ଯୋଦ୍ଧା ଓ ଅନ୍ୟ ଚାରି ଜଣ ଘରଘର ବୁଲି ସ୍ୱାସ୍ଥ୍ୟ ପରୀକ୍ଷା ସମୟରେ ଚିହ୍ନଟ ହୋଇଥିବା ସୂଚନା ଦେଇଛନ୍ତି ଜିଲ୍ଲାପାଳ ଅନୁପମ ସାହା। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ପାରଳାଖେମୁଣ୍ଡି ମୁନିସିପାଲିଟି ଓ ଗୋଷାଣି ବ୍ଳକ ଅଞ୍ଚଳର ଜଣେ ଲେଖାଏଁ ଆକ୍ରାନ୍ତ ହୋଇଥିବା ବେଳେ ମୋହନା ବ୍ଲକ ଅଞ୍ଚଳର ଦୁଇ ଜଣ ସଙ୍କ୍ରମିତ ହୋଇଛନ୍ତି।Read More…

ପାରଳାଖେମୁଣ୍ଡି ଠାରେ ୧୪୪ ଧାରା ଜାରୀରେ ସମ୍ପନ୍ନ ହେଲା ମହାପ୍ରଭୁଙ୍କ ବାହୁଡା ଯାତ୍ରା

ପାରଳାଖେମୁଣ୍ଡି , (ମାନବାଧିକାର ମିଡିଆ) :  ପାରଳାଖେମୁଣ୍ଡି ଠାରେ ଥିବା ଦକ୍ଷିଣ-ଓଡିଶା’ର ପ୍ରସିଦ୍ଧ ଉପାନ୍ତ ଶ୍ରୀକ୍ଷେତ୍ର’ରେ ଚଳିତ ବର୍ଷ , ତିନି ଠାକୁର’ଙ୍କ ପବିତ୍ର ବାହୁଡା ଯାତ୍ରା କାର୍ଯ୍ୟକ୍ରମ ଜିଲ୍ଲା ପ୍ରଶାସନ’ର ଧାରା ୧୪୪ ଜାରୀ ସହ କେବଳ ଆଳତି’ର ଓ ବିନା ଶ୍ରଦ୍ଧାଳୁ ଭକ୍ତ’ରେ ସମ୍ପନ୍ନ ହୋଇଛି । ଚଳିତ ବର୍ଷ କୋଭିଡ-୧୯ ପରିସ୍ଥିତି’କୁ ଦୃଷ୍ଟି ଆଗରେ ରଖି ଚଳିତ ବର୍ଷ’ର ବାହୁଡାଯାତ୍ରା ପାଳନ ଅବସର’ରେ ନିର୍ଦ୍ଧିଷ୍ଟ କେତେକ ନୀତିକାନ୍ତି କାର୍ଯ୍ୟକ୍ରମ ନିର୍ଦ୍ଧିଷ୍ଟ କେତେକ ପୂଜକ ତଥା ସେବାୟତ ମାନଙ୍କ ମଧ୍ୟରେ ମହାପ୍ରଭୁ’ଙ୍କ କେବଳ ଆଳତି କାର୍ଯ୍ୟରେ ସମ୍ପନ୍ନ ହୋଇଥିଲା ଉପାନ୍ତ ଅଞ୍ଚଳ’ର ଏହି ପବିତ୍ର ରଥଯାତ୍ରା ଦେଖିବା ପାଇଁ ପ୍ରତିବର୍ଷ ଲକ୍ଷାଧିକ ସଂଖ୍ୟକ ଶ୍ରଦ୍ଧାଳୁ ଭକ୍ତଙ୍କ ସମାଗମ ହୋଇଥାଏ । ଏହାକୁ ଦୃଷ୍ଟିରେ ରଖି କୋଣସି ଶ୍ରଦ୍ଧାଳୁ ଭକ୍ତ ଯେଭଳି ମନ୍ଦିର ପରିବେଶ ଭିତରକୁ ପ୍ରବେଶ ନ କରିବେ ଏବଂ ଭିଡ ନ ହେବ , ସେଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଗତ ରାତି ଠାରୁ ଧାରା ୧୪୪ ଜାରୀ କରା ଯାଇ ମନ୍ଦିର ପ୍ରବେଶ ପଥ ଗୁଡିକ’ରେ ବାଉଁଶ ବେରିକେଟ କରି କଡା ପୋଲିସ ପହରା ଦିଆ ଯାଇଥିଲା ହେଲେ ମଧ୍ୟ ଆଜି ୫ ଟା ଭୋର ସକାଳେ ବହୁ ସଂଖ୍ୟାରେ ମହିଳା ଶ୍ରଦ୍ଧାଳୁ ଭକ୍ତ ମାନେ ବାଉଁଶ ବେରିକେଟ ପାଖକୁ ଆସି ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ପ୍ରୟାସ କରି ଏବଂ ଦର୍ଶନ ନ ପାଇ ଫେରି ଯାଇଥିଲେ । ଅନ୍ୟପକ୍ଷରେ , ବହୁ ସଂଖ୍ୟାରେ ମହିଳା ଶ୍ରଦ୍ଧାଳୁ ଭକ୍ତ ମାନେ ମହାପ୍ରଭୁ’ଙ୍କ ରଥ’ର କିଛି ଦୂରରେ ପଡି ରହିଥିବା ଗତ ବର୍ଷ’ର ପୁରୁଣା ରଥଚକ’ ଉପରେ ପୂଜାର୍ଚ୍ଚନା କରିବRead More…

ଗଜପତି ଜିଲ୍ଲାରେ ନର୍ସିଂହୋମ ସିଲ

ଗଜପତି , (ମାନବାଧିକାର ମିଡିଆ) : ଗଜପତି ଜିଲ୍ଲାରେ ସଂକ୍ରମଣ ସଂଖ୍ୟା କମିବାରେ ନା ନେଉ ନଥିବାବେଳେ ଆଜି ପୁଣି ସଂକ୍ରମିତ ତାଲିକାରେ ଆଉ ୭ ଜଣ ଯୋଡି ହେବା ପରେ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୩୪କୁ ବୃଦ୍ଧି ପାଇଛି । ବାହାର ରାଜ୍ୟରୁ ଜିଲ୍ଲାକୁ ଆସିଥିବା ସଂକ୍ରମିତ ପ୍ରବାସୀମାନେ ସଙ୍ଗରୋଧ କେନ୍ଦ୍ରରେ ରହୁନଥିବାରୁ ଜିଲ୍ଲାରେ କରୋନା ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି ତେଣଉ ଏହାର ପ୍ରତିରୋଧ କରିବା ପାଇଁ ଜିଲ୍ଲାରେ ୪୦ ଟିମ ଗଠନ କରାଯାଇ ସ୍ୱାସ୍ଥ୍ୟ ପରୀକ୍ଷା କରିବାକୁ କହିଛନ୍ତି ଜିଲ୍ଲାପାଳ । ତେବେ ଆଜି ଚିହ୍ନଟ ହୋଇଥିବା ୭ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୩ ଜଣ ଘରୋଇ ନର୍ସିଂହୋମର ହୋଇଥିବା ଜଣାପଡିବା ପରେ ତତ୍ପର ହୋଇ ଉଠିଛି ସ୍ୱାସ୍ଥ୍ୟ ବିଭାଗ । ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଏକ ସ୍ୱତନ୍ତ୍ର ଟିମ ସୌମ୍ୟା ନର୍ସିଂ ହୋମକୁ ସିଲ କରିବା ସହ ଅନ୍ୟ ସମସ୍ତ ନର୍ସିଂ ହୋମର କର୍ମଚାରୀମାନେ କରୋନା ସଂକ୍ରମିତ ସ୍ୱତନ୍ତ୍ର ତାଲିମ ନେଇଛନ୍ତି କି ନାହିଁ ତାହା ତଦାରଖ କରିଛନ୍ତି । ଅନ୍ୟପଟେ ନର୍ସିଂ ହୋମରେ ସାମାଜିକ ଦୂରତା , ପିପିଇ କିଟର ବ୍ୟବହାର , ବିଶୋଧନ ବ୍ୟବସ୍ଥା ରହିଛି କି ନାହିଁ ସେନେଇ ମଧ୍ୟ ଯାଞ୍ଚ କରାଯାଇଛି । ତେବେ କରୋନା ନିୟମ ଉଲଘଂନ ହେଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ତହସିଲଦାର । ତେବେ ଏତେ ସବୁ ପଦକ୍ଷେପ ନେବା ସତ୍ତ୍ବେ ସଂକ୍ରମଣରୁ ରକ୍ଷା ପାଇବାକୁ ଜନସାଧାରଣ ନିଜେ ସତର୍କ ରହିବା ଜରୁରୀ ହୋଇଛି।Read More…