ଖବର ଆଜିର
୧-ବରଗଡ଼-ହାତରେ ଟୋକନ୍ ଅଛି, ଧାନ ମଣ୍ଡିରୁ ଉଠୁନି । ମାସ ମାସ ଧରି ପ୍ରତିକ୍ଷା ପରେ ବି ମଣ୍ଡିରେ ଧାନ ବିକ୍ରି କରିବାକୁ ହନ୍ତସନ୍ତ ହେଉଛନ୍ତି ଚାଷୀ । ୨-କୋଭିଡ୍ ଟିକା ପାଇଁ ଭାରତକୁ ପ୍ରଶଂସାର ସୁଅ: ବ୍ରାଜିଲ୍, ଆମେରିକା, ‘ହୁ’ର ପ୍ରଶଂସା । ୩–ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ହାଫିଜ୍ ସଇଦର ୩ ସହଯୋଗୀଙ୍କୁ ଜେଲ ଦଣ୍ଡାଦେଶ ଶୁଣାଇଲେ ପାକିସ୍ତାନ ଆତଙ୍କବାଦ ବିରୋଧୀ କୋର୍ଟ । ୪-ପରାକ୍ରମ ଦିବସରେ ମୋଦୀ କହିଲେ- ଭାରତୀୟଙ୍କ ଶରୀରରୁ ପ୍ରବାହିତ ରକ୍ତର ପ୍ରତିଟି ବୁନ୍ଦା ନେତାଜୀଙ୍କ ଋଣି । ୫-‘ଜୟ ଶ୍ରୀରାମ’ କହି ମମତାଙ୍କୁ ଚିଡ଼ାଇଦେଲେ ଜନତା, କହିଲେ ଦେବି ନାହିଁ ଭାଷଣ । ୬-୧୫ ଲକ୍ଷ ୩୭ ହଜାର ଲୋକ ନେଲେଣି କରୋନା ଟିକା, ୬ ମୃତ : ସ୍ବାସ୍ଥ୍ୟ ମନ୍ତ୍ରାଳୟ । ୭-ସ୍ପେନ୍ରେ ୭୦ ବର୍ଷର ରେକର୍ଡ ଭାଙ୍ଗିଲା ଥଣ୍ଡା, ୨୪ ଘଣ୍ଟାରେ ୨୦ ଇଞ୍ଚ ବରଫପାତ । ୮-ଚୀନକୁ ବାୟୁସେନା ମୁଖ୍ୟଙ୍କ ଚେତାବନୀ: ଏଲଏସିରେ ଉସକାଇବା ଭଳି କାର୍ଯ୍ୟ କଲେ ଚୁପ୍ ବସିବନି ଭାରତ; ଶତ୍ରୁଙ୍କୁ ମୁହଁତୋଡ ଜବାବ ଦେବ ଭାରତୀୟ ବାୟୁସେନା ୯-ବଜେଟ୍ ପୂର୍ବରୁ ଅର୍ଥ ମନ୍ତ୍ରାଳୟରେ ହାଲୱା ସମାରୋହ ଆୟୋଜନ, କର୍ମଚାରୀଙ୍କୁ ହାଲୱା ବାଣ୍ଟିଲେ ସୀତାରମଣ ୧୦-ଭାରତର ଐତିହାସିକ ବିଜୟରେ ଶତମୁଖ ଆନନ୍ଦ ମହିନ୍ଦ୍ରା: ୬ ଖେଳାଳିଙ୍କୁ ଦେବେ ଏସ୍ୟୁଭି କାର .। ୧୧-ଶ୍ରୀମନ୍ଦିର ଖୋଲିଲା ପରେ ରେକର୍ଡ ଦାନ : ସୁନା, ରୂପା ଓ ନଗଦ ଟଙ୍କା ଦାନ କଲେ ଭକ୍ତ । ୧୨-ଅନ୍ତର୍ଜାତୀୟ ସୀମାରେ ଆଉ ଏକ ସୁଡ଼ଙ୍ଗ ଠାବ । ୧୩-ନକଲି ବଜାରର ପେଣ୍ଠସ୍ଥଳୀ ବ୍ରହ୍ମପୁର, ସ୍ନାକ୍ସ ଗୋଦାମରେ ଚଢଉ ବେଳେ ବେଆଇନ ଗୁଟଖା କାରଖାନା ଠାRead More…