ଆଜିର ମୁଖ୍ୟ ଖବର

୧— ଆଜି ବ୍ରିକ୍ସ ସମ୍ମିଳନୀର ୧୨ତମ ସଂସ୍କରଣ । ସାମିଲ ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ବୈଷୟୀକ , ଅଶିଂଦାର ସୁରକ୍ଷା ଏବଂ ନିବେଶ ପ୍ରଗତି ରହିବ ଆଲୋଚନାର ବିଷୟବସ୍ତୁ । ଭିଡିଓ କନ୍‌ଫରେନ୍ସିଂରେ ହେବ ବୈଠକ । ୨— ଦିଲ୍ଲୀରୁ ୨ ଜେଶ – ଏ – ମହମ୍ମଦର ୨ ଆତଙ୍କବାଦୀ ଗିରଫ । ଅଜଣା ଜାଗାରୁ ପଚରା ଉଚରା କରୁଛି ଦିଲ୍ଲୀ ପୋଲିସ । ତେବେ ଆକ୍ରମଣ ପରେ ନେପାଳ ଦେଇ ପିଓକେ ପଳାଇ ଯିବାର କରିଥିଲେ ଯୋଜନା । ବିସ୍ଫୋରକ ଓ ଗୁରୁତ୍ୱ ପୁର୍ଣ୍ଣ କାଗଜପତ୍ର ଜବତ । ୩— ଆସନ୍ତା ୨୦ରୁ ଦ୍ୱିତୀୟ ପର୍ଯ୍ୟାୟ ମାଲାବାର ଏକ୍ସରସାଇଜ । ଭାରତ , ଆମେରିକା , ଜାପାନ , ଅଷ୍ଟ୍ରେଲିଆ ର ମିଳିତ ସମରାଭ୍ୟାସ । ଡ୍ରାଗନକୁ ଚେକ ଦେବାକୁ ଚାଲିଛି ରଣନୀତି । ୪—୨୦ରେ ବିଧାନସଭା ଶୀତ ଅଧିବେସନ । ଆଜିଠୁ କୋଭିଡ ଟେଷ୍ଟ । ବିଧାୟକ , କର୍ମଚାରୀ ଓ ଗଣମାଧ୍ୟମ ପ୍ରତିନିଧିଙ୍କର ୩ଦିନ ଧରି ହେବ ପରୀକ୍ଷା । ବାଚସ୍ପତି କହିଲେ ଗଲା ମୌସୁମୀ ଅଧିବେସନ ପରି ଚାଲିବ ଗୃହ । ସେପଟେ କରୋନା ପାଇଁ ଏକାଠି ବସିପାରେ ସଂସଦର ଶୀତ ଓ ବଜେଟ ଅଧିବେସନ । ୫— ପ୍ରଗତି ପଥରେ ସ୍ୱାଭିମାନ ଅଞ୍ଚଳ । ଆଜି ଅଞ୍ଚଳବାସୀଙ୍କ ସହ ଟେଲିଫୋନରେ କଥା ହେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୁର୍ବାହ୍ନରେ ହେବ ଆଲୋଚନା । ରାଜ୍ୟ ସରକାରଙ୍କ ଯୁଗାନ୍ତକାରୀ ପଦକ୍ଷେପ ଯୋଗୁଁ ଉପାନ୍ତ ଅଞ୍ଚଳରେ ଖୋଲିଛି ବିକାଶର ରାସ୍ତା । ୬— ବ୍ରହ୍ମପୁରସ୍ଥିତ ରାମଲିଙ୍ଗେଶ୍ୱର ପୋଖରୀର ତଦାରଖ କଲେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ । ପୋଖରୀ ପରିସରରେ ଅଳିଆ ଆବର୍ଜନା ନ ପକାଇବା ପାଇଁ ସହରବାସୀଙ୍କୁ ଅନୁରୋଧ । ସେପଟେ ଚଳିତ ବର୍ଷ ଶେଷ ସୁଦ୍ଧା Read More…

ଭୁବନେଶ୍ୱରରୁ ଚୋରୀ ହୋଇଥିବା ବ୍ରହ୍ମପୁରରୁ ଜବତ

ବ୍ରହ୍ମପୁର , (ମାନବାଧିକାର ମିଡିଆ ) : ଗତ ଶୁକ୍ରବାର ବିଳମ୍ବିତ ରାତିରେ ବରମୁଣ୍ଡାରୁ ଚୋରୀ ହୋଇଥିବା ବସଟିକୁ ବ୍ରହ୍ମପୁର ପୋଲିସ ଉଦ୍ଧାର କରିଛି । ତେବେ ସମ୍ପୃକ୍ତ ଚୋରଙ୍କୁ ଧରିବାରେ ପୋଲିସ ଫେଲ ମାରିଛି । ବ୍ରହ୍ମପୁର ବଡବଜାରରେ ଚୋରୀ ବସଟି ଛିଡା ହୋଇଥିବା ଦେଖି ସ୍ଥାନୀୟ ପୋଲିସ ଗାଡିକୁ ଜବତ କରଥିଲେ । ଏହା ପରେ ତଦନ୍ତ କରି ବସଟି ବରମୁଣ୍ଡାରୁ ଚୋରୀ ହୋଇଥିବା ବଡ ବଜାର ଥାନା ଆଇଆଇସି ପ୍ରଶାନ୍ତ ଭୁପତି ସୁଚନା ଦେଇଛନ୍ତି । ସୁଚନାନୁସାରେ , ଭୁବନେଶ୍ୱର ଖଣ୍ଡଗିରି ଥାନା ହାଉସିଂ ବୋର୍ଡ କଲୋନୀ ଅଞ୍ଚଳର କିଶୋର ଚନ୍ଦ୍ର ଦାସଙ୍କ ଦାସ ଆଣ୍ଡ ଦାସ ନମକ ଯାତ୍ରୀବାହି ବସଟି ଗତ ୧୩ ତାରିଖ ଅପରାହ୍ନରେ ରୁଚିକା ମାର୍କ୍ରେଟ ସ୍ଥିତ ପେଟ୍ରୋଲ ପମ୍ପ ବାହାରେ ପାର୍କିଂ କରାଯାଇଥିଲା । ତେବେ ୧୪ ତାରିଖ ସକାଳେ ବସଟିକୁ ସେଠାରେ ଦେଖିବାକୁ ନ ପାଇ ଶ୍ରୀ ଦାସ ଖଣ୍ଡଗିରି ଥାନାରେ ଏତଲା ଦେଇଥିଲେ । ଅଭିଯୋଗ ଭିତ୍ତିରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଚଲାଇଥିବାବେଳେ ଏହି ବସଟି ବ୍ରହ୍ମପୁର ବଡ ବଜାର ଥାନା ଅନ୍ତର୍ଗତ ଫାଷ୍ଟଗେଟ ରାସ୍ତା କଡରେ ଛିଡା ହୋଇଥିବା ଦେଖିବାକୁ ମିଳିଥିଲା । ତେବେ ବଡବଜାର ପୋଲିସ ଘଟଣାସ୍ଥଳରେ ପହଞ୍ଚି ବସଟିକୁ ଜବତ କରିବା ସହ ତଦନ୍ତ ଜାରୀ ରଖିଛି ।
Read More…

ନଭେମ୍ବର ପହିଲାରୁ ଖରିଫ ଧାନ ସଂଗ୍ରହ

ନଭେମ୍ବର ପହିଲାରୁ ଆରମ୍ଭ ହେବ ଖରିଫ ଧାନ ସଂଗ୍ରହ । ନଭେମ୍ବର ୧ରୁ ମାର୍ଚ୍ଚ ୩୧ ଯାଏଁ ୨୦୨୦-୨୧ ଖରିଫ ଧାନ ସଂଗ୍ରହ ହେବ । ଏନେଇ ଆଜି ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ନିଷ୍ପତ୍ତି ହୋଇଛି ।ଏହି ବୈଠକରେ ସବୁ ଜିଲ୍ଲାର ଜିଲ୍ଲାପାଳମାନେ ଉପସ୍ଥିତ ଥିଲେ । ସରକାରୀ ମଣ୍ଡିରେ ଧାନ ବିକ୍ରି ପାଇଁ ଅଢେଇ ଲକ୍ଷ ଚାଷୀ ନାମ ପଂଜିକରଣ କରିଛନ୍ତି । ୨୦୨୦-୨୧ରେ ଖରିଫ ଓ ରବି ଋତୁରେ ୭୧ ଲକ୍ଷ ମେଟ୍ରିକ ଟନ୍ ଧାନ ସଂଗ୍ରହ କରିବା ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି ସରକାର । ପି ପାସ ବ୍ୟବସ୍ଥା ରେ ଯାହା ତ୍ରୁଟି ପରିଲିଖିତ ହୋଇଥିଲା ସେ ସବୁ ସମାଧାନ କରାଯାଇଛି। ଯେଉଁଠୁ ଚାଷୀଙ୍କ କିଛି ଅସୁବିଧା ହେବ ତାକୁ ତୁରନ୍ତ ସମାଧାନ କରିବାକୁ ନିର୍ଦେଶ ଦିଆଯାଇଛି।
Read More…

ରାଜ୍ୟରେ ୧୫୪୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ ୧୫୪୦ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨,୮୫,୪୮୨ରେ ପହଞ୍ଚି ଯାଇଛି।ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୮୮୬ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ବାକି ୬୫୪ଟି ହେଉଛି ଲୋକାଲ୍ କେସ୍‌।ସେହିପରି ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୦୮ ଜଣ ଥିବା ବେଳେ ସୁନ୍ଦରଗଡ଼ରୁ ୧୧୧ ଓ ଅନୁଗୋଳରୁ ୧୦୦ ଜଣ ଚିହ୍ନଟ ହୋଇଛନ୍ତି। କଟକରେ ୯୯ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨,୮୫,୪୮୨ରେ ପହଞ୍ଚିଥିବା ବେଳେ ୨,୬୮,୧୧୫ ଜଣ ସୁସ୍ଥ ହୋଇସାରିଛନ୍ତି। ୧୬,୦୩୦ ଜଣ ଚିକିତ୍ସିତ ହେଉଛନ୍ତି। ସେହିପରି ୧୨୮୪ ଜଣଙ୍କର କରୋନାରେ ମୃତ୍ୟୁ ଘଟିଛି।
Read More…

ସ୍ୱାଭିମାନ ଅଞ୍ଚଳରୁ ବିପୁଳ ପରିମାଣର ମାରଣାସ୍ତ୍ର ଜବତ

 ମାଲକାନଗିରି ସ୍ୱାଭିମାନ ଅଞ୍ଚଳର ପାପରମେଟଲା ଥାନା ଗୁଣମାମୁଡ଼ି ଗାଁ ପାଖରେ ଚାଲିଥିବା ଗୁଳି ବିନିମୟ ଶେଷ ହୋଇଛି। ସୁରକ୍ଷା କର୍ମୀଙ୍କ ଆକ୍ରମଣରେ ନକ୍ସଲ ଛତ୍ରଭଙ୍ଗ ଦେଇଛନ୍ତି। ସର୍ଚ୍ଚ ସପରେଶନ ବେଳେ ବିପୁଳ ପରିମାଣରେ ମାରଣାସ୍ତ୍ର ଜବତ ହୋଇଛି।  ୧୬ ରାଉଣ୍ଡ ଗୁଳି, ଗୋଟିଏ ମାଗାଜିନ, ୩୨ଟି ଡିଟୋନେଟର, ରେଡିଓ, ନକ୍ସଲ ପୋଷାକ, କିଟ ବ୍ୟାଗ ଜବତ ହୋଇଛି। ଗୁଣମାମୁଡ଼ି ଅଞ୍ଚଳରେ ନକ୍ସଲଙ୍କ ଗତିବିଧି ଥିବା ଜାଣିବା ପରେ ସୁରକ୍ଷା କର୍ମୀମାନେ ସର୍ଚ୍ଚ ଅପରେଶନରେ ଯାଇଥିଲେ। ନକ୍ସଲମାନେ ଯବାନଙ୍କୁ ଦେଖି ଗୁଳି ଚଳାଇଥିଲେ। ଏହାର ପାଲଟା ଜବାବ ଦେଇଥିଲେ ଯବାନ। ଦୀର୍ଘ ସମୟ ଧରି ଗୁଳି ବିନିମୟ ଚାଲିଥିଲା। ଶେଷରେ ନକ୍ସଲମାନେ ଛତ୍ର ଭଙ୍ଗ ଦେଇ ଜଙ୍ଗଲ ଭିତରକୁ ଚାଲି ଯାଇଥିଲେ। ପରେ ସୁରକ୍ଷା କର୍ମୀମାନେ ସେଠାରୁ ବିପୁଳ ପରିମାଣର ମାରଣାସ୍ତ୍ର ଜବତ କରିଥିଲେ।
Read More…

ରାଜ୍ୟରେ ୧୯୩୧ ଜଣ ପଜିଟିଭ୍ ଚିହ୍ନଟ ଓ ୧୩ ମୃତ

ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି । ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ମୋଟ ୧୯୩୧ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟିନ ସେଣ୍ଟରରୁ ୧୧୨୦ ଜଣ ଥିବା ବେଳେ ଲୋକାଲ କେସ ୮୧୧ ରହିଛି । ଅନୁଗୁଳ ୧୨୦, ବାଲେଶ୍ୱର ୭୩, ବରଗଡ ୬୬, ଭଦ୍ରକ ୬୪, ବଲାଙ୍ଗିର ୬୪, ବୌଦ୍ଦ ୭, କଟକ ୧୫୩, ଦେଓଗଡ ୯, ଢେଙ୍କାନାଳ ୩୫, ଗଜପତି ୯, ଗଞ୍ଜାମ ୨୭, ଜଗତସିଂହପୁର ୭୮, ଯାଜପୁର ୬୭, ଝାରସୁଗୁଡା ୫୬, କଳାହାଣ୍ଡି ୪୫, କନ୍ଧମାଳ ୪୬, କେନ୍ଦ୍ରାପଡା ୬୧, କେଉଁଝର ୬୫, ଖୋର୍ଦ୍ଦା ୨୭୩, କୋରାପୁଟ୍ ୨୯, ମାଲକାନଗିିରି ୩୮, ମୟୁରଭଞ୍ଜ ୯୯, ନବରଙ୍ଗପୁର ୬୨, ନୟାଗଡ ୨୩, ନୂଆପଡା ୪୩, ପୁରୀ ୭୨, ରାୟଗଡା ୨୫, ସମ୍ବଲପୁର ୩୭, ସୋନପୁର ୩୦, ସୁନ୍ଦରଗଡ ୧୦୪, ଷ୍ଟେଟପୋଲ ୫୧ । ଏହା ସହ ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୨୬୨୨ ଜଣ ସୁସ୍ଥ ହୋଇଛନ୍ତି । କହିରଖୁ କି ରାଜ୍ୟରେ ମୋଟ ୪୧,୫୯,୩୯୪ ଜଣଙ୍କ ଟେଷ୍ଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨,୭୪,୧୮୧ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାସହ ୨,୫୨,୧୯୭ ଜଣ ସୁସ୍ଥ ହୋଇଥିବା ବେଳେ ୨୦,୭୫୦ ଜଣ ଚିକିତ୍ସିତ ହେଉଛନ୍ତି । ଅନ୍ୟପଟେ ରାଜ୍ୟରେ ଗତ ୨୪ ଘଂଟାରେ ୧୩ ଜଣ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି । ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତକଙ୍କ ସଂଖ୍ୟା ୧୧୮୧ କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି ।
Read More…

ପବ୍ଲିକ୍ ରାଇଟ୍ସ ଆସୋସିଏସନ୍ ପକ୍ଷରୁ ଆରମ୍ଭ ହେବ ‘ସେବା ସପ୍ତାହ’

ବ୍ରହ୍ମପୁର, (ସତ୍ୟ ଚେତନ ପରିଡା) : ବିଶ୍ୱ ତଥା ଭାରତବର୍ଷରେ କରୋନା ତାର ତାଣ୍ଡବଲୀଳା ଚଳାଇଛି । ଆଉ ବର୍ତ୍ତମାନ ବନ୍ୟା ଓଡିଶାକୁ ନିଜ କବଳରେ ଅକ୍ତିଆର କରିଛି । ଏଭଳି ପରିସ୍ଥିତିରେ ପବ୍ଲିକ୍ ରାଇଟ୍ସ ଆସୋସିଏସନ୍ ଓଡିଶା ଶାଖା ପକ୍ଷରୁ ସେବା ମନୋଭାବକୁ ନେଇ ‘ସେବା ସପ୍ତାହ’ ପାଳନ ହେବାକୁ ନିଷ୍ପତି ହୋଇଛି । ‘ପି.ଆର.ଏ’ ରାଷ୍ଟ୍ରୀୟ ସଙ୍ଗଠନ ମହାସଚିବ ଡାକ୍ତର ଭବାନୀ ଶଙ୍କର ଦାସ ଏ ନେଇ ବିଧିବଦ୍ଧ ଭାବେ ଘୋଷଣା କରିଛନ୍ତି । ରାଜ୍ୟର ସମସ୍ତ ଜିଲ୍ଲା ଏବଂ ବ୍ଲକ ଗୁଡିକରେ ରେ ଏହି ‘ସେବା ସପ୍ତାହ’ ପବ୍ଲିକ୍ ରାଇଟ୍ସ ଆସୋସିଏସନ୍ ର ସମସ୍ତ ପଦାଧିକାରୀ ପ୍ରତ୍ୟେକ ଏକ ସପ୍ତାହ ମଧ୍ୟରେ ଯେ କୌଣସି ପରିସ୍ଥିତି ବିଷୟକୁ ଆଧାର କରି ସମାଜ ପ୍ରତି ସେବା ଯୋଗାଇବା ନିମନ୍ତେ ଆହ୍ୱାନ ଦିଆଯାଇଛି । ଏହା ପୂର୍ବରୁ ସଙ୍ଗଠନ ପକ୍ଷରୁ ଭାରତ ମାତା ପୂଜନ, ଗୋ ସେବା ଏବଂ ବୃକ୍ଷରୋପଣ ଭଳି ପଦକ୍ଷପ ହାତକୁ ନିଆଯାଇଛି ବୋଲି ସଙ୍ଗଠନ ମହାସଚିବ ଡାକ୍ତର ଦାସ ସୂଚନା ଦେଇଛନ୍ତି । ଏହା ସହ ସମାଜରେ ଘଟୁଥିବା ଅନ୍ୟାୟ, ଅତ୍ୟାଚାର ଓ ଦଳିତଙ୍କ ପ୍ରତି ଯଦି କୌଣସି ବାଛ ବିଚାର ହୁଏ ତେବେ ନିଜ ନିଜ ଅଞ୍ଚଳର ସ୍ଥାନୀୟ ପି.ଆର୍.ଏ ସଦସ୍ୟଙ୍କୁ ଯୋଗାଯୋଗ କରିବା ପାଇଁ ଜନ ସାଧରଣଙ୍କୁ ଅନୁରୋଧ କରାଯାଇଛି ।
Read More…

ରାଜ୍ୟରେ ପୁଣି କରୋନା ନେଲା ୧୩ ମୁଣ୍ଡ

ଭୁବନେଶ୍ୱର , (ମାନବାଧିକାର ମିଡିଆ) : ଆଜି ରାଜ୍ୟରୁ କରୋନାରେ ଆକ୍ରାନ୍ତ ହୋଇ ୧୩ଜଣଙ୍କ ମୃତ୍ୟୁ ହୋଇଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି। ଏହାଫଳରେ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୪୪୧ରେ ପହଞ୍ଚିଛି।କରୋନାରେ ମୃତ୍ୟୁ ହେଇଥିବା ୧୩ଜଣଙ୍କ ମଧ୍ୟରୁ ଭୁବନେଶ୍ୱରରୁ ଜଣେ ୬୦ବର୍ଷର ପୁରୁଷ, କଟକରୁ ଜଣେ ୪୩ବର୍ଷର ପୁରୁଷ ଓ ଅନ୍ୟ ଜଣେ ୩୨ବର୍ଷର ପୁରୁଷ ରହିଛନ୍ତି। ସେହିପରି ଗଞ୍ଜାମ ଜିଲ୍ଲାରେ ମୃତ୍ୟୁ ହୋଇଥିବା ୪୨ବର୍ଷୀୟ ଆକ୍ରାନ୍ତ କିଡ଼ନୀ ଓ ମଧୁମେହ ଆଦି ରୋଗରେ ପୀଡିତ ଥିଲା ବେଳେ ଅନ୍ୟ ଜଣେ ୭୫ବର୍ଷର ମୃତକ ମଧ୍ୟ ମଧୁମେହରେ ପୀଡ଼ିତ ଥିଲେ। ଏଥିସହିତ କେନ୍ଦୁଝର ଜିଲ୍ଲାରୁ ଜଣେ ୬୦ବର୍ଷର ମହିଳା, ପୁରୀ ଜିଲ୍ଲାରୁ ଜଣେ ୭୨ବର୍ଷର ପୁରୁଷ, ସମ୍ବଲପୁର ଜିଲ୍ଲାରୁ ଜଣେ ୪୨ବର୍ଷର ଓ ଜଣେ ୫୦ବର୍ଷ ପୁରୁଷ ରହିଥିବା ବେଳେ ୫୮ବର୍ଷର ଜଣେ ମହିଳାଙ୍କର କରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁ ହୋଇଛି। ମୃତ୍ୟୁ ହୋଇଥିବା ଅନ୍ୟ ତିନିଜଣ ସୁନ୍ଦରଗଡ଼ ଜିଲ୍ଲାର ରହିଛନ୍ତି। ଏମାନଙ୍କ ବୟସ ଯଥାକ୍ରମମେ ୬୦, ୬୦ ଓ ୭୦ବର୍ଷ ରହିଛି। ତିନିଜଣ ମୃତକ ପୁରୁଷ .ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
Read More…

ଆଜି ୩୦ ଜିଲ୍ଲାରୁ ୩୩୭୧ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର , (ମାନବାଧିକାର ମିଡିଆ) : ରାଜ୍ୟରେ ଆଜି ୩୦ ଜିଲ୍ଲାରୁ ୩୩୭୧ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୋଟ ଆକ୍ରାନ୍ତ ୮୭୬୦୨ କୁ ବୃଦ୍ଧି ପାଇଛି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୪୭ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କ୍ୱାରେଣ୍ଟାଇନ୍ ସେଣ୍ଟରରୁ ୨୦୫୩ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ୧୩୧୮ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ସୁସ୍ଥ ହୋଇଥିଲେ୨୫୪୬ ଜଣ। ମୋଟ କୋଭିଡ୍ – ୧୯ ଟେଷ୍ଟ ହୋଇଛି ୧୪, ୮୫, ୧୬୭। ମୋଟ ଆକ୍ରାନ୍ତ ୮୭୬୦୨। ମୋଟ ସୁସ୍ଥ ହେଲେଣି ୫୯୪୭୦ ଏବଂ ସକ୍ରୀୟ ଆକ୍ରାନ୍ତ ଅଛନ୍ତି ୨୭୬୩୮ ଜଣ।
Read More…

ବଙ୍ଗୋପସାଗରରେ ଲଘୁଚାପ, ଜୀବନ ଯାତ୍ରା ପ୍ରଭାବିତ

ଭୁବନେଶ୍ୱର , (ମାନବାଧିକାର ମିଡିଆ) : ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ୱେଲ୍‌ ମାର୍କଡ ଲୋ ପ୍ରେସରରେ ପରିଣତ ହୋଇଛି। ଏହାର ପ୍ରଭାବରେ ଆଜି ଓ ଆସନ୍ତାକାଲି ପ୍ରବଳ ବର୍ଷା ହେବ। ସେଥିପାଇଁ ଆଜି ୯ ଜିଲ୍ଲାକୁ ରେଡ୍‌, ୧୧ ଜିଲ୍ଲାକୁ ଅରେଞ୍ଜ ଓ ୮ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଆସନ୍ତାକାଲି ୯ ଜିଲ୍ଲାକୁ ପାଣିପାଗ ବିଭାଗର ରେଡ୍‌ ଓ୍ୱାର୍ଣ୍ଣିଂ ଜାରି କରିଛି। ସେହି ଜିଲ୍ଲା ଗୁଡିକ ହେଲା- ସମ୍ବଲପୁର, ସୋନପୁର, ଝାରସୁଗୁଡ଼ା, ବରଗଡ଼, ବୌଦ୍ଧ, ବଲାଙ୍ଗିର, କଳାହାଣ୍ଡି, ସୁନ୍ଦରଗଡ଼ ଓ ଦେବଗଡ଼। ୨୭ ତାରିଖ ସୁଦ୍ଧା ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି। ଲଘୁଚାପ ପ୍ରଭାବରେ ଆଜି ସମଗ୍ର ଓଡ଼ିଶାରେ ବର୍ଷା ହୋଇଛି। ମଝିରେ ମଝିରେ ଘଡ଼ଘଡ଼ି ମଧ୍ୟ ମାରିଛି। ଯାହାଫଳରେ ଜୀବନ ଯାତ୍ରା ପ୍ରଭାବିତ ହୋଇଛି।
Read More…