ଆଜିର ମୁଖ୍ୟ ଖବର

Odisha

୧— ଆଜି ବ୍ରିକ୍ସ ସମ୍ମିଳନୀର ୧୨ତମ ସଂସ୍କରଣ । ସାମିଲ ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ବୈଷୟୀକ , ଅଶିଂଦାର ସୁରକ୍ଷା ଏବଂ ନିବେଶ ପ୍ରଗତି ରହିବ ଆଲୋଚନାର ବିଷୟବସ୍ତୁ । ଭିଡିଓ କନ୍‌ଫରେନ୍ସିଂରେ ହେବ ବୈଠକ ।

୨— ଦିଲ୍ଲୀରୁ ୨ ଜେଶ – ଏ – ମହମ୍ମଦର ୨ ଆତଙ୍କବାଦୀ ଗିରଫ । ଅଜଣା ଜାଗାରୁ ପଚରା ଉଚରା କରୁଛି ଦିଲ୍ଲୀ ପୋଲିସ । ତେବେ ଆକ୍ରମଣ ପରେ ନେପାଳ ଦେଇ ପିଓକେ ପଳାଇ ଯିବାର କରିଥିଲେ ଯୋଜନା । ବିସ୍ଫୋରକ ଓ ଗୁରୁତ୍ୱ ପୁର୍ଣ୍ଣ କାଗଜପତ୍ର ଜବତ ।

୩— ଆସନ୍ତା ୨୦ରୁ ଦ୍ୱିତୀୟ ପର୍ଯ୍ୟାୟ ମାଲାବାର ଏକ୍ସରସାଇଜ । ଭାରତ , ଆମେରିକା , ଜାପାନ , ଅଷ୍ଟ୍ରେଲିଆ ର ମିଳିତ ସମରାଭ୍ୟାସ । ଡ୍ରାଗନକୁ ଚେକ ଦେବାକୁ ଚାଲିଛି ରଣନୀତି ।

୪—୨୦ରେ ବିଧାନସଭା ଶୀତ ଅଧିବେସନ । ଆଜିଠୁ କୋଭିଡ ଟେଷ୍ଟ । ବିଧାୟକ , କର୍ମଚାରୀ ଓ ଗଣମାଧ୍ୟମ ପ୍ରତିନିଧିଙ୍କର ୩ଦିନ ଧରି ହେବ ପରୀକ୍ଷା । ବାଚସ୍ପତି କହିଲେ ଗଲା ମୌସୁମୀ ଅଧିବେସନ ପରି ଚାଲିବ ଗୃହ । ସେପଟେ କରୋନା ପାଇଁ ଏକାଠି ବସିପାରେ ସଂସଦର ଶୀତ ଓ ବଜେଟ ଅଧିବେସନ ।

୫— ପ୍ରଗତି ପଥରେ ସ୍ୱାଭିମାନ ଅଞ୍ଚଳ । ଆଜି ଅଞ୍ଚଳବାସୀଙ୍କ ସହ ଟେଲିଫୋନରେ କଥା ହେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୁର୍ବାହ୍ନରେ ହେବ ଆଲୋଚନା । ରାଜ୍ୟ ସରକାରଙ୍କ ଯୁଗାନ୍ତକାରୀ ପଦକ୍ଷେପ ଯୋଗୁଁ ଉପାନ୍ତ ଅଞ୍ଚଳରେ ଖୋଲିଛି ବିକାଶର ରାସ୍ତା ।

୬— ବ୍ରହ୍ମପୁରସ୍ଥିତ ରାମଲିଙ୍ଗେଶ୍ୱର ପୋଖରୀର ତଦାରଖ କଲେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ । ପୋଖରୀ ପରିସରରେ ଅଳିଆ ଆବର୍ଜନା ନ ପକାଇବା ପାଇଁ ସହରବାସୀଙ୍କୁ ଅନୁରୋଧ । ସେପଟେ ଚଳିତ ବର୍ଷ ଶେଷ ସୁଦ୍ଧା ସମସ୍ତ କାର୍ଯ୍ୟର ତ୍ୱରାନ୍ୱିତ କରିବାକୁ ବିଭାଗୀୟ କର୍ମଚାରୀଙ୍କୁ ନିର୍ଦ୍ଦେଶ ।

୭— ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଆପେକ୍ସ ବିଲଡିଂ ପରିସରରେ ଜାତୀୟ ପ୍ରେସ ଦିବସ ପାଳିତ ।

୮— ଗଞ୍ଜାମ ଜିଲ୍ଲା ଅଲ ଇଣ୍ଡିଆ ଇପିଏଫ ପେନସନ ଆସୋସିଏସନ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ । ସଂଘ ପକ୍ଷରୁ ମାସିକ ସର୍ବନିମ୍ନ ୯ ହଜାର ଟଙ୍କା ସହ ମହଙ୍ଗା ଭତ୍ତା ପ୍ରଦାନ , ପେନସନ ବୃଦ୍ଧି ଓ ସମସ୍ତ ଇପିଏଫ ପେନସନ ରୋଗୀ ତଥା ବରିଷ୍ଠ ନାଗରିକ ମାନଙ୍କୁ ଆୟୁଷ୍ମାନ ଭାରତ ଯୋଜନାରେ ସାମିଲ କରିବାକୁ ଦାବୀ ।

୯— ଋଷିକୁଲ୍ୟା ମୁହାଣରେ ମାଛ ଧରୁଥିବାବେଳେ ଆନ୍ଧ୍ରପ୍ରଦେଶର ୮ଜଣ ମତ୍ସ୍ୟଜିବୀଙ୍କୁ ଧରିଲା ବନ ବିଭାଗ । ଟ୍ରଲର ଓ ୨୫୯ କିଲୋଗ୍ରାମ ମାଛ ଜବତ ।