ଭୁବନେଶ୍ୱରରୁ ଚୋରୀ ହୋଇଥିବା ବ୍ରହ୍ମପୁରରୁ ଜବତ

Odisha

ବ୍ରହ୍ମପୁର , (ମାନବାଧିକାର ମିଡିଆ ) : ଗତ ଶୁକ୍ରବାର ବିଳମ୍ବିତ ରାତିରେ ବରମୁଣ୍ଡାରୁ ଚୋରୀ ହୋଇଥିବା ବସଟିକୁ ବ୍ରହ୍ମପୁର ପୋଲିସ ଉଦ୍ଧାର କରିଛି । ତେବେ ସମ୍ପୃକ୍ତ ଚୋରଙ୍କୁ ଧରିବାରେ ପୋଲିସ ଫେଲ ମାରିଛି । ବ୍ରହ୍ମପୁର ବଡବଜାରରେ ଚୋରୀ ବସଟି ଛିଡା ହୋଇଥିବା ଦେଖି ସ୍ଥାନୀୟ ପୋଲିସ ଗାଡିକୁ ଜବତ କରଥିଲେ । ଏହା ପରେ ତଦନ୍ତ କରି ବସଟି ବରମୁଣ୍ଡାରୁ ଚୋରୀ ହୋଇଥିବା ବଡ ବଜାର ଥାନା ଆଇଆଇସି ପ୍ରଶାନ୍ତ ଭୁପତି ସୁଚନା ଦେଇଛନ୍ତି । ସୁଚନାନୁସାରେ , ଭୁବନେଶ୍ୱର ଖଣ୍ଡଗିରି ଥାନା ହାଉସିଂ ବୋର୍ଡ କଲୋନୀ ଅଞ୍ଚଳର କିଶୋର ଚନ୍ଦ୍ର ଦାସଙ୍କ ଦାସ ଆଣ୍ଡ ଦାସ ନମକ ଯାତ୍ରୀବାହି ବସଟି ଗତ ୧୩ ତାରିଖ ଅପରାହ୍ନରେ ରୁଚିକା ମାର୍କ୍ରେଟ ସ୍ଥିତ ପେଟ୍ରୋଲ ପମ୍ପ ବାହାରେ ପାର୍କିଂ କରାଯାଇଥିଲା । ତେବେ ୧୪ ତାରିଖ ସକାଳେ ବସଟିକୁ ସେଠାରେ ଦେଖିବାକୁ ନ ପାଇ ଶ୍ରୀ ଦାସ ଖଣ୍ଡଗିରି ଥାନାରେ ଏତଲା ଦେଇଥିଲେ । ଅଭିଯୋଗ ଭିତ୍ତିରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଚଲାଇଥିବାବେଳେ ଏହି ବସଟି ବ୍ରହ୍ମପୁର ବଡ ବଜାର ଥାନା ଅନ୍ତର୍ଗତ ଫାଷ୍ଟଗେଟ ରାସ୍ତା କଡରେ ଛିଡା ହୋଇଥିବା ଦେଖିବାକୁ ମିଳିଥିଲା । ତେବେ ବଡବଜାର ପୋଲିସ ଘଟଣାସ୍ଥଳରେ ପହଞ୍ଚି ବସଟିକୁ ଜବତ କରିବା ସହ ତଦନ୍ତ ଜାରୀ ରଖିଛି ।