ସ୍ୱାଭିମାନ ଅଞ୍ଚଳରୁ ବିପୁଳ ପରିମାଣର ମାରଣାସ୍ତ୍ର ଜବତ

Odisha

 ମାଲକାନଗିରି ସ୍ୱାଭିମାନ ଅଞ୍ଚଳର ପାପରମେଟଲା ଥାନା ଗୁଣମାମୁଡ଼ି ଗାଁ ପାଖରେ ଚାଲିଥିବା ଗୁଳି ବିନିମୟ ଶେଷ ହୋଇଛି। ସୁରକ୍ଷା କର୍ମୀଙ୍କ ଆକ୍ରମଣରେ ନକ୍ସଲ ଛତ୍ରଭଙ୍ଗ ଦେଇଛନ୍ତି। ସର୍ଚ୍ଚ ସପରେଶନ ବେଳେ ବିପୁଳ ପରିମାଣରେ ମାରଣାସ୍ତ୍ର ଜବତ ହୋଇଛି।  ୧୬ ରାଉଣ୍ଡ ଗୁଳି, ଗୋଟିଏ ମାଗାଜିନ, ୩୨ଟି ଡିଟୋନେଟର, ରେଡିଓ, ନକ୍ସଲ ପୋଷାକ, କିଟ ବ୍ୟାଗ ଜବତ ହୋଇଛି। ଗୁଣମାମୁଡ଼ି ଅଞ୍ଚଳରେ ନକ୍ସଲଙ୍କ ଗତିବିଧି ଥିବା ଜାଣିବା ପରେ ସୁରକ୍ଷା କର୍ମୀମାନେ ସର୍ଚ୍ଚ ଅପରେଶନରେ ଯାଇଥିଲେ। ନକ୍ସଲମାନେ ଯବାନଙ୍କୁ ଦେଖି ଗୁଳି ଚଳାଇଥିଲେ। ଏହାର ପାଲଟା ଜବାବ ଦେଇଥିଲେ ଯବାନ। ଦୀର୍ଘ ସମୟ ଧରି ଗୁଳି ବିନିମୟ ଚାଲିଥିଲା। ଶେଷରେ ନକ୍ସଲମାନେ ଛତ୍ର ଭଙ୍ଗ ଦେଇ ଜଙ୍ଗଲ ଭିତରକୁ ଚାଲି ଯାଇଥିଲେ। ପରେ ସୁରକ୍ଷା କର୍ମୀମାନେ ସେଠାରୁ ବିପୁଳ ପରିମାଣର ମାରଣାସ୍ତ୍ର ଜବତ କରିଥିଲେ।